Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bus Accident / ୨୫ ଜଣଙ୍କୁ ମୃତ୍ୟୁ ମହଁରୁ ଛଡ଼ାଇ ଆଣି ନିଜେ ମରିଗଲେ ବସ ଡ୍ରାଇଭର

Rashmita Mishra
Browse all articles by Rashmita Mishra
·7 months ago·2 min read
୨୫ ଜଣଙ୍କୁ ମୃତ୍ୟୁ ମହଁରୁ ଛଡ଼ାଇ ଆଣି ନିଜେ ମରିଗଲେ ବସ ଡ୍ରାଇଭର

Key Points

୨୫ ଜଣଙ୍କୁ ବଞ୍ଚାଇ ନିଜେ ମରିଗଲେ ବସ୍‌ ଡ୍ରାଇଭର
ମୃତ୍ୟୁ ମହଁରୁ ଛଡ଼ାଇ ଆଣି ନିଜେ ମରିଗଲେ ବସ ଡ୍ରାଇଭର
ଆଗୁଆ ଜାଣି ପାରିଥିଲେ ମୃତ୍ୟୁ ଆସୁଛି ବୋଲି

ଜୀବନ ମୃତ୍ୟୁ ଅନିଶ୍ଚିତତା । ସତରେ କେତେବେଳେ କଣ ଘଟିବ କିଏ କହିପାରିବ । ଏହି ପ୍ରଣ ପକ୍ଷୀ ସଂଙ୍ଗେ ସଂଙ୍ଗେ ଉଡ଼ି କୁଆଡ଼େ ଚାଲିଯିବ । ଠିକ୍ ସେମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲାକିନଗିରିରେ । ନିଜେ ଚଲିଗଲେ ହେଲେ ବଞ୍ଚାଇଦେଇ ଗଲେ ୨୫ ଯାତ୍ରୀଙ୍କ ଜୀବନ । ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃତଘାତ । ପଡୋଶୀ ଆନ୍ଦ୍ରପ୍ରଦେଶ ବିଜୟନଗରରୁ ମାଲକାନଗିରି ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍ ଆଜି ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ।

ସୂଚନାନୁଯାୟୀ ହଠାତ ଆସିଲା ମୃତ୍ୟୁ । ଚଳନ୍ତା ବସ୍‌ ଭିତରୁ ଜୀବନ ନେଇ ଚାଲିଗଲା । ହାତରେ ଥିଲା ଷ୍ଟିୟରିଂ ଆଗକୁ ଆଗକୁ ବଢ଼ି ଚାଲିଥଲା ବସ୍‌ । ୨୫ ଜଣଙ୍କ ଭାଗ୍ୟ ବସ୍‌ ଡ୍ରାଇଭରଙ୍କ ହାତରେ ରହିଥିଲା । କିନ୍ତୁ କାହାରି କିଛି ବି ହେବାକୁ ଦେଲେ ନାହିଁ ବସ୍‌ ଡ୍ରାଇଭର । ୨୫ ଜଣଙ୍କର ଜୀବନ ବଞ୍ଚାଇ ହିରୋ ପାଲଟି ଯାଇଛନ୍ତି ବସ୍‌ ଡ୍ରାଇଭର । ତାଙ୍କ ମୃତ୍ୟୁକୁ ନେଇ ସେ ଆଗୁଆ ଜାଣି ପାରିଥିଲେ । ମୃତ୍ୟୁକୁ କେହି ଅଟକାଇ ପାରିବେ ନାହିଁ । ମୃତ୍ୟୁ କେତେବେଳେ ବି ଆସପାରେ। ଆଖି ମିଟିକାରେ ଆସେ ଆଉ ସବୁ କିଛି ସର୍ବନାଶ କରି ଚାଲିଯାଏ । ଯେମିତି ଏହି ଘଟଣାରେ ଦେଖିବାକୁ ମିଳିଛି। ବସ୍ ଡ୍ରାଇଭର ବସ ଚଲାଉଥିବା ବେଳ ଘୋଟି ଆସିଲା ମୃତ୍ୟୁ । ମୃତ ଡ୍ରାଇଭରଙ୍କର ନାାଁ ହେଉଛି ପି ସାଇ କ୍ରିଷ୍ଣା ।

ପଡୋଶୀ ଆନ୍ଦ୍ରପ୍ରଦେଶ ବିଜୟନଗରରୁ ମାଲକାନଗିରି ଆସୁଥିଲା ରାଜ୍ୟ ପରିବହନ ବିଭାଗର ବସ୍ । ଆନ୍ଧ୍ରପ୍ରଦେଶରୁ ବସ୍‌ଟି ବାହାରିଲା ପରେ ସବୁ କିଛି ଠିକ ଥିଲା । ଅଧ ରାସ୍ତାରେ ଏକ ବଡ଼ ଅଘଟଣର ଶିକାର ହେଲା । ବସ୍‌ଟି ଯେତେବେଳେ କୋରାପୁଟ କୁନ୍ଦୁଲି ନିକଟରେ ପହଞ୍ଚିଥିଲା ସେତେବେଳେ ଘଟିଥିଲା ଏମିତି । ବସ୍‌ ଡ୍ରାଇଭର ପି ସାଇ କ୍ରିଷ୍ଣାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ବସ୍‌ ଡ୍ରାଇଭର କାଳେ କିଛ ଅଘଟଣ ଘଟିଯିବ ଏହା ଭାବି ନିଜ ସହଯୋଗୀ ଡ୍ରାଇଭରଙ୍କୁ ବସ୍ ଚଳାଇବାକୁ କହିଥିଲେ । କିନ୍ତୁ ସମୟ ସହିତ ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ି ଚାଲିଥିଲା । ତେବେ କିଛି ସମୟ ପରେ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଟିକେ ଭାବନ୍ତୁ ତ ବସରେ ୨୫ ଜଣ ଯାତ୍ରୀ ରହିଥିବା ବେଳେ ଡ୍ରାଇଭର ସାଇ କ୍ରିଷ୍ଣାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ଯଦି ବସ୍‌ ଚଳାଉଥିବା ସମୟରେ ହୃଦଘାତ ହୋଇଥାନ୍ତା ତାହାଲେ କ'ଣ ଯେ ହୋଇଥାନ୍ତା କହିବା ଅସମ୍ଭବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bus Accident | Bus Driver Dies After Rescuing 25 Passengers From Death | Argus News