Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବାଦାମବାଡ଼ିରେ ସ୍କୁଟିକୁ ପିଟିଲା ବସ୍

Smruti Parija
Browse all articles by Smruti Parija
·1 year ago·1 min read
କଟକ ବାଦାମବାଡ଼ିରେ ସ୍କୁଟିକୁ ପିଟିଲା ବସ୍

Key Points

କଟକ ବାଦାମବାଡ଼ିରେ ସ୍କୁଟିକୁ ପିଟିଲା ବସ୍ 

ବସ୍ ତଳେ ଚାପି ହୋଇଗଲା ସ୍କୁଟି

ବସ ଚାଳକ ଅଟକ

କଟକ ବାଦାମବାଡ଼ିରେ ସ୍କୁଟିକୁ ପିଟିଲା ବସ୍ । ବସ୍ ତଳେ ଚାପି ହୋଇଗଲା ସ୍କୁଟି । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇପଡିଛନ୍ତି । ଚିକିତ୍ସା ପାଇଁ ବଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ମାଆ ତାରିଣୀ ନାମକ ଘରୋଇ ବସ୍ ଏହି ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ପରେ ବସ ଚାଳକକୁ ଅଟକ ରଖିଛି ପୋଲିସ ।


ସେହିପରି କେନ୍ଦୁଝର ଆନନ୍ଦପୁରରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୨୦ରାମଚନ୍ଦ୍ରପୁର ଥାନା ହସନପୁର ନିକଟରେ ଟ୍ରକ ପଛ ପଟେ ଧକ୍କା ଦେଲା କାର । ଦୁର୍ଘଟଣାରେ କାର ଚାଳକ ଗୁରୁତର। ଜାତୀୟ ରାଜପଥ ୨୦ ହସନପୁର ଟୋଲ ପ୍ଲାଜା ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଜଗନ୍ନାଥ ପ୍ରଧାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ଖବର ପାଇ ପୋଲିସ ଉଭୟ ଗାଡିକୁ ଜବତକୁ ନେବା ସହିତ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus-hits-scooty-in-cuttack-badambadi | Argus News