Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Berhampur / ବ୍ରହ୍ମପୁରରେ ବସ୍, ଆଗ୍ରାରେ କଟିଲା ଚାଲାଣ

Bikash Mohanty
Browse all articles by Bikash Mohanty
·6 months ago·2 min read
ବ୍ରହ୍ମପୁରରେ ବସ୍, ଆଗ୍ରାରେ କଟିଲା ଚାଲାଣ
berhampur bus

Key Points

ବ୍ରହ୍ମପୁରରେ ବସ୍, ଆଗ୍ରାରେ କଟିଲା ଚାଲାଣ
ବସ୍ ମାଲିକଙ୍କ ମୋବାଇଲକୁ ଅସିଛି ୭୫ ହଜାର ୫୨୦ ଟଙ୍କାର ଚାଲାଣ
ଘଟଣାର ତଦନ୍ତ କରି ପୁଲିସ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଗାଡ଼ି ମାଲିକଙ୍କ ଅନୁରୋଧ
ବ୍ରହ୍ମପୁରରେ ବସ୍, ଆଗ୍ରାରେ କଟିଲା ଚାଲାଣ। ବ୍ରହ୍ମପୁରରେ ଥିବା ଏକ ଘରୋଇ ବସ୍‌ର ଚାଲାଣ ଉତ୍ତର ପ୍ରଦେଶର ଆଗ୍ରା ସହରରେ କଟିଛି| ବସ୍ ମାଲିକଙ୍କ ମୋବାଇଲକୁ ଅସିଛି ୭୫ ହଜାର ୫୨୦ ଟଙ୍କାର ଚାଲାଣ। ଏ ନେଇ ବସ୍ ମାଲିକ ପ୍ରକାଶ ଚନ୍ଦ୍ର ଦାସ ଗଞ୍ଜାମ ପରିବହନ ବିଭାଗର ଦ୍ବାରସ୍ଥ ହୋଇଛନ୍ତି । ବ୍ରହ୍ମପୁର ଅଞ୍ଚଳର ବସ୍ ମାଲିକ ପ୍ରକାଶଙ୍କ ବସ ଓଡି ୦୫ଏନ୍ ୦୭୭୦ ନମ୍ବର ବିଶିଷ୍ଟ ଗାଡ଼ିଟି ବ୍ରହ୍ମପୁରରେ ଥିବା ବେଳେ ଗତକାଲି ଅପରାହ୍ନ ୪ଟା ୧୭ମିନିଟ୍‌ରେ ଗାଡ଼ିକୁ ଆଗ୍ରା ଆରଟିଓ ପକ୍ଷରୁ ପଡ଼ିଛି ଫାଇନ। ସେପଟେ କିନ୍ତୁ ବସ୍‌ଟି କିଛି ମାସ ହେଲା ଚଳାଚଳ କରୁ ନାହିଁ ବୋଲି କହିଛନ୍ତି ପ୍ରକାଶ। ଅପଲୋଡ୍ ହୋଇଥିବା ଫଟୋରେ ତାଙ୍କ ନମ୍ବର ଲାଗିଛି, କିନ୍ତୁ ତାହା ତାଙ୍କର ବସ ନୁହେଁ ବୋଲି ମାଲିକ କହିଛନ୍ତି। ବ୍ରହ୍ମପୁର ଅଞ୍ଚଳର ପ୍ରକାଶ ଚନ୍ଦ୍ର ଦାସ, ଜଣେ ବସ୍ ମାଲିକ, ତାଙ୍କ ଓଡି ୦୫ଏନ୍ ୦୭୭୦ ବସଟି ବ୍ରହ୍ମପୁରରେ ଥିବା ବେଳେ ଗତକାଲି ଅପରାହ୍ନ ୪ଟା ୧୭ମିନିଟ୍‌ରେ ଗାଡ଼ିକୁ ଆଗ୍ରା ଆରଟିଓ ପକ୍ଷରୁ ଫାଇନ ପଡ଼ିଛି । ବସ୍‌ଟି କିଛି ମାସ ହେଲା ଚଳାଚଳ କରୁ ନାହିଁ ବୋଲି ମାଲିକ କହିଛନ୍ତି। ଅପଲୋଡ୍ ହୋଇଥିବା ଫଟୋରେ ତାଙ୍କ ନମ୍ବର ଲାଗିଛି, କିନ୍ତୁ ତାହା ତାଙ୍କର ଗାଡ଼ି ନୁହେଁ ବୋଲି ମାଲିକ କହିଛନ୍ତି। ତାଙ୍କ ଗାଡ଼ିର ରଙ୍ଗ ଅଲଗା ଓ ନାମ ମଧ୍ୟ ଅଲଗା ରହିଛି ବୋଲି ଆରଟିଓଙ୍କୁ କହିଛନ୍ତି। ଏ ନେଇ ଗାଡ଼ି ମାଲିକ ବ୍ରହ୍ମପୁରରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ଆସନ୍ତା ୨୮ରେ ଗାଡ଼ିର ଫିଟନେସ୍ ଓ ବୀମା ସରିଯାଉଛି। ଏଣୁ ୭୫ ହଜାର ଟଙ୍କାର ଚାଲାନ୍‌ କଟିଛି | ଅନ୍ୟ ଏକ ଗାଡ଼ି ବେଆଇନ ଭାବେ ତାଙ୍କ ଗାଡ଼ିର ନମ୍ବର ବ୍ୟବହାର କରି ଚଲାଉଥିବାରୁ ଏଭଳି ସମସ୍ୟା ହୋଇଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ କରି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଗାଡ଼ି ମାଲିକ ଅନୁରୋଧ କରିଛନ୍ତି । ସେପଟେ ଏହି ବସ ନମ୍ବର କୁ ଅନ୍ୟ ଜଣେ ମାଲିକ ବ୍ୟବହାର କରି ତାଙ୍କର ବସ ଚଳାଇଥିବା ଅନୁମାନ କରାଯାଉଛି।ସେପଟେ ଆଗକୁ ଅଲଗା ପରମିଟ ହେବାରେ ମଧ୍ୟ ଅସୁବିଧା ସମ୍ମୁଖିନ କରିବେ ମାଲିକ ଜଣ।ତେଣୁ ଯେଉଁ ମାଲିକ ଦାୟୀ..ତାଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Berhampur | Berhampur | Bus in Berhampur but Fined in Agra | Argus News