15 ଫୁଟ୍ ତଳକୁ ଖସିଲା ବସ୍ ଜଣେ ମୃତ; 30ରୁ ଉର୍ଦ୍ଧ୍ୱ ଆହତ

Key Points
ଅଧାରହିଲା କାଳିଜାଈ ଦର୍ଶନ । ରଣପୁର ଖଣ୍ଡିସି ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।
ନୟାଗଡ: ଅଧାରହିଲା କାଳିଜାଈ ଦର୍ଶନ । ରଣପୁର ଖଣ୍ଡିସି ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ବ୍ରିଜର ସାଇଟ ୱାଲକୁ ଧକ୍କା ଦେଇ 15 ଫୁଟ୍ ତଳକୁ ଖସିଲା ବସ୍ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ଖଣ୍ଡିସି ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଗୁଣ୍ଠୁଣି ଗାଁରୁ ବସ୍ ଯୋଗେ ପ୍ରାୟ 40ରୁ 45 ଜଣ ଯାତ୍ରୀ କାଳୀଜାଈ ଦେଖିବା ପାଇଁ ବାହାରିଥିଲେ । ରାତି ପ୍ରାୟ 12ଟା ସମୟରେ ଖଣ୍ଡିସି ଛକ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଗୁରୁତରଙ୍କୁ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ମେଡିକାଲ ଭର୍ତ୍ତି କରିଛନ୍ତି । କିଛି ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
