ଟ୍ରକ୍ ସହ ଧକ୍କା ହୋଇ ଓଲଟିଲା ବସ୍: ୨୦ ଆହତ
·1 year ago

ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସେରଗଡ଼-ଉଦଳା ରାସ୍ତା ଭାଲୁକାଶୁଣି ଛକରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ‘ମାମା’ ନାମକ ବସ୍ ବାଲେଶ୍ଵରରୁ ଉଦଳା ଯାଉଥିବା ବେଳେ ଓଲଟିପଡିଛି । ସାମ୍ନାକୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ବସ୍ଟି ଓଲଟି ପଡିଥିଲା ।
ଫଳରେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବାରେ ନିୟୋଜିତ ହୋଇଛନ୍ତି । ଗୁରୁତର ଓ ଆହତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: