Bus Accident / କଳିଙ୍ଗା ଘାଟିରେ ଓଲଟିଲା ବସ୍; ଜଣେ ମହିଳା ଯାତ୍ରୀ ମୃତ

Key Points
ଜଣେ ମୃତ, 15ରୁ ଅଧିକ ଯାତ୍ରୀ ଗୁରୁତର ।
ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ଉଦୟଗିରି ମେଡିକାଲରେ ଭର୍ତି କଲା ଅଗ୍ନିଶମ ବାହିନୀ ।
କଳିଙ୍ଗା ଘାଟିରେ ଓଲଟିଲା ବସ୍ । ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ଜଣେ ମୃତ, ୧୫ରୁ ଅଧିକ ଯାତ୍ରୀ ଗୁରୁତର । ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ଉଦୟଗିରି ମେଡିକାଲରେ ଭର୍ତି କରିଛି ଅଗ୍ନିଶମ ବାହିନୀ। ବସଟି ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ବସ ରେ ମୋଟ ୧୭ଜଣ ରହିଥିଲେ ।
ସୂଚନା ଅନୁସାରେ ଯାତ୍ରୀବାହୀ ବସ୍ ‘ଶ୍ରୀରାମ’ (ଓଡ଼ି 05F0629) ବରଗଡ଼ ଠାରୁ ଗତକାଲି ରାତିରେ ବାହାରିଥିଲା ଏବଂ ଏହା ସକାଳୁ ବ୍ରହ୍ମପୁରରେ ପହଞ୍ଚି ଥାନ୍ତା । କିନ୍ତୁ ବସ୍ଟି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରକୋଟ ପୂର୍ବ ଏକ ବୁଲାଣିରେ ୪ଟା ୨୦ ମିନିଟରେ ଦୁର୍ଘଟଣାର ସାମ୍ନା କରିଥିଲା । ବସ୍ର ଚାଳକ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡ଼ିଥିଲା ଏବଂ ରାସ୍ତାର ଡାହାଣ ପାର୍ଶ୍ଵ ସିସି ସୁରକ୍ଷା ପାଚେରୀ ଡେଇଁ ଭିତରକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ବସ୍ରେ ମୋଟ୍ ୨୪ ଜଣ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନେ ବିଭିନ୍ନ ସ୍ଥାନରେ ଓହ୍ଲାଇ ସାରିଥିଲେ।
ଦୁର୍ଘଟଣା ସଂପର୍କିତ ଖବର ପାଇ ଘୁମୁସର ଉଦୟଗିରି ପୁଲିସ, ଦମକଳ ବାହିନୀ ଏବଂ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଘୁ.ଉଦୟଗିରି ଏବଂ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଘୁ.ଉଦୟଗିରି ପୁଲିସ ଘଟଣାସ୍ଥଳରେ ରହି ତଦନ୍ତ କରୁଛି।ଯାତ୍ରୀବାହୀ ବସଟି ଦ୍ରୁତଗତିରେ ଘାଟିରେ ଆସୁଥିବା ବେଳେ ତୀକ୍ଷ୍ନ ବୁଲାଣିରେ ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି।
ପୂର୍ବରୁ ଖମ୍ବେଶ୍ବରୀ ନାମକ ଏକ ବସ୍ ଓଲିଟି ପଡିଥିଲା । ଏଥିରେ ୧୫ରୁ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖମ୍ବେଶ୍ବରୀ ନାମକ ବସ୍ ରାୟପୁରରୁ ବ୍ରହ୍ମପୁର ଆସୁଥିଲା ।
ଶୁକ୍ରବାର ସକାଳୁ ବସ୍ ଡ୍ରାଇଭର କଳିଙ୍ଗା ଘାଟିରେ ଏକ ଗୋଲେଇରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡିଥିଲା । ଏହାପରେ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories