Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘାଟିରେ ଦୁର୍ଘଟଣା: ବସ୍ ଓଲଟି ୩ ଯାତ୍ରୀ ଗୁରୁତର, ୨୩ ସାମାନ୍ୟ ଆହତ

Sushanta Sahoo
Browse all articles by Sushanta Sahoo
·1 year ago
ଘାଟିରେ ଦୁର୍ଘଟଣା: ବସ୍ ଓଲଟି ୩ ଯାତ୍ରୀ ଗୁରୁତର, ୨୩ ସାମାନ୍ୟ ଆହତ

ରାୟଗଡ଼ା: ଭୋର୍ ସମୟରେ ଦୁର୍ଘଟଣା । ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟିବାରୁ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୨୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ଚିକିତ୍ସା କରାଯାଉଛି ।


ବ୍ରହ୍ମପୁର ହିଞ୍ଜିଳିକାଟରୁ ରାୟଗଡ଼ା ଟିକିରି ଅଭମୁଖେ ଆସୁଥିବା ତୋଫାନ ବସ୍ କୋଲନରା ବ୍ଲକ ମୁକୁନ୍ଦୁପୁର ଘାଟିରେ ଭୋର୍ ସମୟରେ ଓଲଟି ପଡ଼ିଥିଲା । ବସ୍‌ରେ ପ୍ରାୟ ୪୫ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି । ଘାଟିର ବୁଲାଣିରେ ଟର୍ଣ୍ଣିଂ ବେଳେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ବସ୍‌ର ଡ୍ରାଇଭର ଠିକ୍ ଭାବେ ଗାଡ଼ି ଚାଳନା କରୁ ନଥିବା ଯାତ୍ରୀ ଅଭିଯୋଗ ଆଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bus Overturns Near Rayagada, 3 Injured | Argus News