ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି ! ସ୍ୱାଭାବିକ ହେବ ବସ ସେବା, ଡ୍ରାଇଭର ଧର୍ମଘଟକୁ କରିବେନି ସମର୍ଥନ

Key Points
ସରକାର ସୁରକ୍ଷା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଆବେଦନ କରାଯାଇଛି।
ଆସନ୍ତାକାଲିଠାରୁ ରାଜ୍ୟରେ ସ୍ୱାଭାବିକ ହେବ ଘରୋଇ ବସ୍ ଚଳାଚଳ। ଏନେଇ ବଡ଼ ଘୋଷଣା କରିଛି ରାଜ୍ୟ ବସ୍ ମାଲିକ ସଂଘ । ପୁରୀରେ ବସିଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । କାଲିଠାରୁ ରାଜ୍ୟର ସବୁ ଘରୋଇ ବସ୍ ଚଳାଚଳ କରିବ । ରାସ୍ତାରେ କୌଣସି ସ୍ଥାନରେ ବସକୁ ଅବରୋଧ କରାଗଲେ ଆଇନର ନିଆଯିବ ଆଶ୍ରୟ । ସରକାର ସୁରକ୍ଷା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଆବେଦନ କରାଯାଇଛି ।
ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ । ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ତେଣୁ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ସଂଘ ନିଷ୍ପତ୍ତି ନେଇଛି ।
📱 Get Argus News App
✨୭ ଦଫା ଦାବି ନେଇ ଲାଗାତାର ୪ ଦିନ ହେଲା ଗାଡ଼ି ଚଳାଚଳ ବନ୍ଦ କରିଛି ଡ୍ରାଇଭର ମହାସଂଘ । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ବାହାରିନଥିଲା ନିଷ୍କର୍ଷ । ଡ୍ରାଇଭରଙ୍କ ୭ ଦଫା ଦାବି ପୂରଣ ନହେବା ଯାଏଁ ଧାରଣାରୁ ନଉଠିବାକୁ ଚେତାବନୀ ଦେଇଥିଲା ମହାସଂଘ । ଫଳରେ ସାଧାରଣ ଜନତା ନାହିଁନଥିବା ହଇରାଣ ହେବା ସହ ଜରୁରି ସାମଗ୍ରୀ ଠିକଣା ଜାଗାରେ ପହଞ୍ଚିବାରେ ମଧ୍ୟ ସମସ୍ୟା ହେଉଥିଲା ।