Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ଦିନ ପରେ ଗଡ଼ିଲା ବସ୍, ଯାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
୪ ଦିନ ପରେ ଗଡ଼ିଲା ବସ୍, ଯାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି

Key Points

4 ଦିନ ପରେ ଗଡ଼ିଲା ବସ୍, ଯାତ୍ରୀଙ୍କୁ ମିଳିଲା ଆଶ୍ବସ୍ତି
ଆନ୍ଦୋଳନ ଜାରି ରଖିବାକୁ କାନ୍ଦି କାନ୍ଦି ଅପିଲ୍ କଲେ ଡ୍ରାଇଭର ମହାସଂଘ ସଭାପତି
ସେପଟେ ସଭାପତି ପ୍ରଶାନ୍ତ ମଣ୍ଡୁଲିଙ୍କ ଭୂମିକା ନେଇ ଉଠିଲା ପ୍ରଶ୍ନ
ପରିବହନ ମନ୍ତ୍ରୀ କହିଲେ ଡ୍ରାଇଭରଙ୍କୁ ଭ୍ରମିତ କରୁଛନ୍ତି କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ
ବିଜେପି ବିଧାୟକ ବାବୁ ସିଂଙ୍କ ବୟାନ, ଆନ୍ଦୋଳନ ନାଁରେ କରାଯାଉଛି ରାଜନୀତି

କଟକ, ପୁରୀ, ଭଦ୍ରକ, ଜଗତସିଂହପୁର । ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ଗଡ଼ିଛି ଘରୋଇ ବସ୍ । ଇଏ କଟକ ନେତାଜୀ ବସ୍ ଟର୍ମିନାଲର ଦୃଶ୍ୟ । 4 ଦିନ ହେଲା ଖାଁ ଖାଁ ବସଷ୍ଟାଣ୍ଡ ଆଜି ଚଳଚଞ୍ଚଳ ହୋଇଛି । ଦୂରଦୂରାନ୍ତରୁ ଆସି ଫସି ରହିଥିବା ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି । ପୁରୀ ବସ୍ ଷ୍ଟାଣ୍ଡରୁ, ଗଞ୍ଜାମ, କଟକ ଓ ଭୁବନେଶ୍ବର ସମସ୍ତ ରୁଟରେ ବସ୍ ଚାଲିଛି। ସେହିପରି ଭଦ୍ରକ ବନ୍ତ ଛକ ନିକଟରେ ଥିବା ବସଷ୍ଟାଣ୍ଡରୁ ବାରିପଦା, ବାଲେଶ୍ବର, କଟକ, ଭୁବନେଶ୍ବର, ପୁରୀ ରୁଟରେ ବସ ଚଳାଚଳ କରିଛି । ଜିଲ୍ଲାର ବିଭିନ୍ନ ସ୍ଥାନକୁ ବି ବସ୍ ଚାଲିଛି । ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିବାବେଳେ ବସ୍ ଚଳାଚଳ ଯେମିତି ପ୍ରଭାବିତ ନ ହୁଏ ସେ ଦିଗରେ ପ୍ରଶାସନ ସହଯୋଗ କରୁଛି ।


ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ନିଖିଳ ଓଡିଶା ମିନି ଟ୍ରକ ମାଲିକ ମହାସଂଘ । ଏତଲାରେ ଲେଖାଯାଇଛି ଡ୍ରାଇଭର୍ ସଂଘ ନିଜର ହକ୍ ମାଗୁଛି, ଅଗଣତାନ୍ତ୍ରିକ ପଦ୍ଧତିରେ ପ୍ରଥମେ ଶାନ୍ତି ଶୃଙ୍ଖଳା କଥା କହି ଏବେ ହିଂସାତ୍ମକ ପ୍ରନ୍ଥା ଆପଣାଉଛନ୍ତି । ଏ ସବୁ ସଂଘର ସଭାପତି ପ୍ରଶାନ୍ତ ମଣ୍ଡୁଲି ଓ ସହଯୋଗୀ ଆଦିତ୍ୟ ପ୍ରସାଦ ବେହେରାଙ୍କ ଦ୍ଵାରା ଏ ସବୁ କାମ କରାଯାଉଛି । ଏହାକୁ ବନ୍ଦ କରିବା ସହ ଯେଉଁମାନେ ଏପରି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ମିନି ଟ୍ରକ୍ ମାଲିକ ମହାସଂଘ। ବସ୍ ଚଳାଚଳ ଆରମ୍ଭ କରିବା ପରେ ଆଜି କାନ୍ଦି କାନ୍ଦି ପୁଣି ଡ୍ରାଇଭରମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଶାନ୍ତ ମଣ୍ଡୁଲି। ଧୈର୍ଯ୍ୟର ସହ ଆନ୍ଦୋଳନ ଜାରି ରଖିବା ସହ ଯେଉଁମାନେ ଓହରିଯିବେ ସେମାନଙ୍କୁ ମହାସଂଘରୁ ବିଦା କରାଯିବ ବୋଲି କହିଛନ୍ତି।

ସେପଟେ ଆନ୍ଦୋଳନରୁ ସମ୍ପୂର୍ଣ୍ଣ ଭାବେ ଓହରି ଆସିବାକୁ ପୁଣି ଥରେ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ। ଡ୍ରାଇଭର ମହାସଂଘ ନାମରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିରୀହ, ସରଳ ଡ୍ରାଇଭରଙ୍କୁ ଭ୍ରମିତ କରୁଛନ୍ତି ସେମାନେ ଏଥିରୁ କ୍ଷାନ୍ତ ହୁଅନ୍ତୁ। ସରକାର ଡ୍ରାଇଭରଙ୍କ ସହ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି ଡ୍ରାଇଭର ସଂଘର କିଛି ବ୍ୟକ୍ତି ଆନ୍ଦୋଳନକୁ ରାଜନୀତିର ରୂପ ଦେଉଥିବା କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus-runs-after-4-days-passengers-get-assurance | Argus News