Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଳ ହେଲା କୁହୁଡି, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

Odisha

Odisha road accident / କାଳ ହେଲା କୁହୁଡି, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

Smruti Parija
Browse all articles by Smruti Parija
·2 years ago·1 min read
କାଳ ହେଲା କୁହୁଡି, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

Key Points

କଟକ ଚାନ୍ଦବାଲି ରାସ୍ତାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ତିନିକୁ ବୃଦ୍ଧି । 40ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ପ୍ରବଳ କୁହୁଡ଼ି ଯୋଗୁଁ ବାଟ ହୁଡ଼ି ମାଲ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି ଯାତ୍ରୀବାହି ବସ୍ । ଦଶ ଚକିଆ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଛି ଘରୋଇ ବସ୍ । ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ତିନି ଜଣ ଜୀବନ ହାରିଲେଣି । ଦୁର୍ଘଟଣାରେ 7 ଜଣ ଗୁରୁତର ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

କଟକ: କଟକ ଚାନ୍ଦବାଲି ରାସ୍ତାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ତିନିକୁ ବୃଦ୍ଧି । 40ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ପ୍ରବଳ କୁହୁଡ଼ି ଯୋଗୁଁ ବାଟ ହୁଡ଼ି ମାଲ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି ଯାତ୍ରୀବାହି ବସ୍ । ଦଶ ଚକିଆ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଛି ଘରୋଇ ବସ୍ । ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ତିନି ଜଣ ଜୀବନ ହାରିଲେଣି । ଦୁର୍ଘଟଣାରେ 7 ଜଣ ଗୁରୁତର ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

କଟକ ଚାନ୍ଦବାଲି ରାସ୍ତା କଟରପଡାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ କଟର୍ ଯୋଗେ ଚାଲିଛି ଉଦ୍ଧାର କାର୍ଯ୍ୟ । ବସ୍ ଭିତରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । କିଛି ଆହତଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସରେ 60ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ମିଳିଛି ।

ତପ୍ତପାଣି ଘାଟିରେ ଓଲଟିଲା ପିକନିକ ବସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored
Cuttack Road Accident: କାଳ ହେଲା କୁହୁଡି, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି | Argus News