ତାରିଣୀ ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼କୁ ଓଲଟିଲା ବସ୍, ୧୦ ଆହତ

ଆଠଗଡ଼: କାଳ ହେଲା ଘନ କୁହୁଡ଼ି, ଦେଖା ଗଲାନି ରାସ୍ତା । ବସ୍ ଓଲଟିବାରୁ ୧୦ ଜଣ ଆହତ । ସକାଳେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମ ରହିଥିଲା । ରାସ୍ତା ପରିଷ୍କାର ଦେଖା ଯାଉ ନଥିବା ବେଳେ ଏକ ବସ୍ ଓଲଟି ୧୦ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସକାଳେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦ୍ଵାରବତୀପୁର ଠାରେ ରାସ୍ତା କଡ଼କୁ ଏକ ଘରୋଇ ବସ୍ ଗୈାରୀ ଓଲଟି ପଡ଼ିଥିଲା । ମହାକାଳବସ୍ତ ପଞ୍ଚାୟତ ଝରଣ ଗାଁର ପ୍ରାୟ ୩୫ ଜଣ ଲୋକ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇ ଫେରୁଥିଲେ । ଝରଣ ଗାଁ ଠାରୁ ମାତ୍ର ୧ କିଲୋମିଟର ଦୂରରେ ବସଟି ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
📱 Get Argus News App
✨ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ସାମାନ୍ୟ ଆହତ ହୋଇଥିଲେ । ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଖୁଣ୍ଟୁଣୀ ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ତଦନ୍ତ ଜାରି ରଖିଛି ।