Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

4ଟି ମୁଖ୍ୟ ମାର୍ଗ ଦେଇ ପ୍ରୟାଗରାଜକୁ ଗଡ଼ିଲା ବସ୍: ମୁଖ୍ୟମନ୍ତ୍ରୀ କରିଲେ ଶୁଭାରମ୍ଭ

Ritu Das
Browse all articles by Ritu Das
·1 year ago·1 min read
4ଟି ମୁଖ୍ୟ ମାର୍ଗ ଦେଇ ପ୍ରୟାଗରାଜକୁ ଗଡ଼ିଲା ବସ୍: ମୁଖ୍ୟମନ୍ତ୍ରୀ କରିଲେ ଶୁଭାରମ୍ଭ

ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ଆରମ୍ଭ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଓଡିଶାରୁ ଅଯୋଧ୍ୟାକୁ ସଂଯୋଗ କରିବାକୁ ଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ କରିଲେ ଓଡ଼ିଶା ସରକାର । ଓଡିଶା ରାଜ୍ୟ ସଡକ ପରିବହନ ନିଗମ OSRTC ଦ୍ବାରା ପରିଚାଳିତ ଏହି ହାଇ ଆଣ୍ଡ ପ୍ରିମିୟମ ବସ ସେବା ଯାତ୍ରୀମାନଙ୍କୁ ଯୋଗାଇବ ଏକ ଆରାମଦାୟକ ଏବଂ ସୁଗମ ଯାତ୍ରାର ଅନୁଭୁତି ।


ଏହି ବସଗୁଡିକ 4ଟି ମୁଖ୍ୟ ମାର୍ଗ ଦେଇ ଚଳାଚଳ କରିବ । ପୁରୀ-ଅଯୋଧ୍ୟା, ସମ୍ବଲପୁର -ଅଯୋଧ୍ୟା, ଭବାନୀ ପାଟଣା-ଅଯୋଧ୍ୟା ଏବଂ ବ୍ରହ୍ମପୁର- ଅଯୋଧ୍ୟା । ପ୍ରତ୍ୟେକ ମାର୍ଗ ପାଇଁ 2ଟି ଲେଖାଏଁ ବସ ରହିବ। ଏହି ସେବା ଓଡ଼ିଶାର ପ୍ରମୁଖ ସହରଗୁଡିକୁ ସଂଯୋଗ କରିବ। ଯାହା ଦ୍ବାରା ରାଜ୍ୟର ସମସ୍ତ ତୀର୍ଥଯାତ୍ରୀ ଉପକୃତ ହୋଇପାରିବେ । ଏହି ବିଶେଷ ବସ ସେବା ଆଜିଠାରୁ ଆରମ୍ଭ ହୋଇ 26 ଫେବ୍ରୁଆରୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ଖାଲି ମହାକୁମ୍ଭ ନୁହେଁ ବିଭିନ୍ନ ତୀର୍ଥ ସ୍ଥାନକୁ ବି ଓଡ଼ିଶାରୁ ଗଡ଼ିବ ବସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Buses rolled out to Prayagraj through 4 main routes: Chief Minister launched | Argus News