ଅଶାନ୍ତ ହେଲା ରାଜଧାନୀ : ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ହାଣିଲେ
·1 year ago

ଅର୍ଗସ ବ୍ୟୁରୋ: ଅଶାନ୍ତ ରାଜଧାନୀ । ବଡ଼ଗଡ଼ ଛକରେ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଗତକାଲି ରାତିରେ ଦୁବୃର୍ତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ଦୀପକ ପ୍ରଧାନ ଗୁରୁତର ହୋଇଛି । ଦୁଇଜଣ ଦୁର୍ବୃତ୍ତ ପଲସର ଗାଡିରେ ମୁଖା ପିନ୍ଧି ଆସି ଆକ୍ରମଣ କରିଥିବା ସୂଚନା । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ପୋଲିସର ତଦନ୍ତ ଜାରି ରହିଛି ।
ତେବେ ପୂର୍ବରୁ ବି ବାରମ୍ବାର ରାଜଧାନୀରେ ଏମିତି ଅପ୍ରିତିକର ଘଟଣା ଘଟୁଛି । ତେଣୁ ପୋଲିସ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋରଦାର ଦାବି ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: