Crime News / ବ୍ୟବସାୟୀ ସୁଧୀର ପାତ୍ରଙ୍କୁ କେମିତି କରାଯାଇଥିଲା ହତ୍ୟା ? ଗନ୍ ପଏଣ୍ଟରେ ରଖିଥିଲେ ଅପରହଣକାରୀ

Key Points
ବ୍ୟବସାୟୀ ସୁଧୀର ପାତ୍ରଙ୍କୁ କେମିତି କରାଯାଇଥିଲା ହତ୍ୟା ?
ଗନ୍ ପଏଣ୍ଟରେ ରଖିଥିଲେ ଅପରହଣକାରୀ ।
ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ନିର୍ମମ ନିର୍ଯାତନା ଦେଉଥିଲେ ।
ଏପ୍ରିଲ ୧୫ ସନ୍ଧ୍ୟାରୁ ସୁଧୀରୁଙ୍କୁ ଗୋପାଳପୁର ଥାନା ଡିଫେନ୍ସ କଲୋନୀରୁ ଅପହରଣ କରାଯାଇଥିଲା । ଏହାପରେ ପରେ ହ୍ଵାଟ୍ସଆପରେ ସୁଧୀରଙ୍କ ସ୍ତ୍ରୀଙ୍କୁ ଦୁଇକୋଟି ଟଙ୍କା ମାଗିଥିଲେ । ଏତେ ଟଙ୍କା ନାହିଁ କହିବାରୁ ସୁଧୀରୁଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲ । ଘରେ ଯାହା ସୁନା ଗହଣା ଓ ଟଙ୍କା ଅଛି ଆଣିବାକୁ କହିଥିଲେ । ସୁନା ଗହଣା ଟଙ୍କା ନେଇ ଆସିକା ବ୍ରିଜ ନିକଟକୁ ଆସିବାକୁ କହିଥିଲେ ।
ସେଠାରେ ପରିବାର ଲୋକ ପହଞ୍ଚିବା ପରେ ଟଙ୍କା ଗହଣା ଭିଡିଓ କଲରେ ଦେଖିଥିଲେ । ପୁଣି ବ୍ରିଜ ଆରପଟକୁ ଆସିବାକୁ କହିଥିଲେ । ପୁଣି ଆରପଟକୁ ଗଲାପରେ ଆଉ ଅପହରଣକାରୀଙ୍କୁ ଫୋନ୍ ଲାଗିନଥିଲା । ଏହାରି ଭିତରେ ପରିବାରଲୋକ ଏତଲା ଦେଇଥିଲେ । ପୋଲିସର ୮ଟି ଟିମ କରି ଜିଲ୍ଲା ସହ ରାଜ୍ୟ ବାହାରେ ମଧ୍ୟ ତଦନ୍ତ କରିଛି, ବହୁ ଜଣକୁ ଜେରା କରିଛି ।
କିନ୍ତୁ ଗତକାଲି ସୁଧୀରଙ୍କ ମୃତଦେହ ମିଳିଥିଲା ସୋରଡା ନିକଟସ୍ଥ ଜଙ୍ଗଲ ନିକଟରୁ । ଏହାରି ଭିତରେ ପୋଲିସ କିଛି ଜଣକୁ ଅଟକ ରଖିଥିବା ଜଣା ପଡିଛି । ଏ ସମ୍ପର୍କରେ ପୋଲିସ ପକ୍ଷରୁ ଆଜି କିଛି ଗୁରୁତ୍ୱପୂର୍ଣ ସୂଚନା ମିଳିପରିଛି ।
ସୁଧୀର ପାତ୍ର ଅପହରଣ, ନିର୍ଯାତନା ଓ ହତ୍ୟା ମାମଲାରେ ବଡ଼ ଅପଡେଟ୍ । ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ରୁ ଅଧିକ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିବା ସୂଚନା। ଅଟକ ଥିବା ବ୍ୟକ୍ତି ଅପହରଣ ଓ ହତ୍ୟାରେ ସଂପୃକ୍ତ ଥିବା ସୂଚନା । ଅଟକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ହିଞ୍ଜିଳି, ଗାଙ୍ଗପୁର ଥାନା ଅଞ୍ଚଳର ବ୍ୟକ୍ତି । ଏମିତି କି ସୁଧୀର ପାତ୍ରଙ୍କ ପରିବାରକୁ ସମ୍ପୂର୍ଣ ଜାଣିଥିବା ଲୋକ ମଧ୍ୟ ଘଟଣାରେ ଜଡିତ ଥିବା ସୂଚନା ।
ସେପଟେ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ କେମିତି କରାଯାଇଥିଲା ହତ୍ୟା । ଗନ୍ ପଏଣ୍ଟରେ ରଖିଥିଲେ । ନିର୍ମମ ନିର୍ଯାତନା ଦେଉଥିଲେ । ସାମ୍ନାକୁ ଆସିଲା ଛାତିଥରା ନିର୍ଯ୍ୟାତନାର ଭିଡିଓ । ସୁଧୀରଙ୍କୁ ଅପହରଣ କରିବା ପରେ ଏକ ଘଞ୍ଚ ଜଙ୍ଗଲରେ ରଖି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି ଅପହରଣକାରୀ ।
ସୁଧୀରଙ୍କୁ ଘଞ୍ଚ ଜଙ୍ଗଲରେ ରଖି ତଳେ ପକାଇ ଲାତ ଗୋଇଠା ସହ ବାଡ଼ିରେ ପିଟିଥିଲେ । ଏହାସହ ଏକ ବନ୍ଧୁକରେ ତାଙ୍କ ହାତକୁ ମଧ୍ୟ ଗୁଳି କରିଛନ୍ତି ଅପହରଣକାରୀ । ମୁଣ୍ଡରେ ବନ୍ଧୁକ ରଖି ହତ୍ୟା ଧମକ ଦେଉଥିଲେ । ଏଭଳି ନିର୍ଯାତନାର ଭିଡ଼ିଓ କରି ଅପହରଣକାରୀ ସୁଧୀରଙ୍କ ପରିବାର ଲୋକଙ୍କୁ ପଠାଇଥିଲେ । ଏହା ବଦଳରେ ୨ କୋଟି ଟଙ୍କା ମାଗିଥିଲେ ।
📱 Get Argus News App
✨Related Topics
Explore more stories