Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଟପିପାରେ

Smruti Parija
Browse all articles by Smruti Parija
·1 year ago·1 min read
୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଟପିପାରେ

ଅର୍ଗସ ବ୍ୟୁରୋ: ୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଟପିପାରେ । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି । ‘Women and Men in India 2023’ ଶୀର୍ଷକ ରିପୋର୍ଟ ଅନୁସାରେ ମହିଳାଙ୍କ ସଂଖ୍ୟା ୨୦୧୧ରେ ୪୮ ଦଶମିକ ୫ ପ୍ରତିଶତ ଥିବାବେଳେ ୨୦୩୬ ବେଳକୁ ଏହା ସାମାନ୍ୟ ବୃଦ୍ଧି ପାଇ ୪୮ ଦଶମିକ ୮ପ୍ରତିଶତରେ ପହଞ୍ଚିବ । 

ଜନ୍ମହାର ହ୍ରାସ ପାଉଥିବାରୁ ୨୦୧୧ ତୁଳନାରେ ୨୦୩୬ ସୁଦ୍ଧା ୧୫ ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା  ହ୍ରାସ ପାଇବ । ଏହି ସମୟସୀମା ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବ । ୨୦୩୬ ସୁଦ୍ଧା ଲିଙ୍ଗ ଅନୁପାତରେ ସୁଧାର ଆସିବ। ୨୦୧୧ରେ ୧ ହଜାର ପୁରୁଷଙ୍କ ତୁଳନାରେ ୯୪୩ ଜଣ ମହିଳା ରହିଥିଲେ । କିନ୍ତୁ ୨୦୩୬ ବେଳକୁ ଏହି ସଂଖ୍ୟା ୯୫୨କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । 

ରିପୋର୍ଟରେ ଜନସଂଖ୍ୟା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟିକ ଯୋଗଦାନ ଓ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳା-ପୁରୁଷଙ୍କ ସଂଖ୍ୟା ସମ୍ପର୍କରେ ପରିସଂଖ୍ୟାନ ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
By 2036, India's population may cross 152 million | Argus News