Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାବା କହିଲେ, ପୂଜା କଲେ ବାତ୍ୟା ପଳାଇବ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବାବା କହିଲେ, ପୂଜା କଲେ ବାତ୍ୟା ପଳାଇବ !

Key Points

  • ବାତ୍ୟାକୁ ଅଟକାଇ ଦେବେ ବାବାଜୀ !
  • ସିଂହଦ୍ଵାର ସମ୍ମୁଖରେ ଚାଲିଛି ପୂଜାର୍ଚ୍ଚନା

ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଭାରତୀୟ ପାଣିପାଗ ସଂସ୍ଥା ସ୍ପଷ୍ଟ କରିସାରିଛି ବାତ୍ୟା ସୁନିଶ୍ଚିତ । ସରକାର ମଧ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି କଲେଣି । କିନ୍ତୁ ଏହାରି ଭିତରେ ପୁରୀରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ସିଂହଦ୍ଵାର ସାମ୍ନାରେ ଜଣେ ସାଧୁ ପୂଜା କରିବା ସହିତ ହୋମଯଜ୍ଞ କରୁଛନ୍ତି । ଦାବି କରିଛନ୍ତି ଏହି ପୂଜା ଦ୍ଵାରା ସମ୍ଭାବ୍ୟ ଟଳିଯିବ । 

ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ । କାରଣ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ । ସମୁଦ୍ର ଭିତରର ଜଳବାୟୁ ଉଷ୍ମ ଥାଏ । ତେଣୁ ବାତ୍ୟା ପାଇଁ ପାଗ ପୁରା ଅନୁକୂଳ । ତେଣୁ ଏବେ ସେହି ଅକ୍ଟୋବରରେ ପୁଣି ଥରେ ବାତ୍ୟା ହେଉଛି । କଥା ହେଲା ବାତ୍ୟା ଆସିବା ପୂର୍ବରୁ ଉପକୂଳବାସିନ୍ଦା ଛାନିଆ ହେଲେଣି । ସରକାରୀସ୍ତରରେ ବି ସବୁ ପ୍ରକାର ପ୍ରସ୍ତୁତି ହେଲାଣି । ହେଲେ ପୁରୀର ପୂଜା ଚର୍ଚ୍ଚା ବଢାଇଛି । ମନେଥିବ ନିଶ୍ଚୟ, ୧୯୯୯ ମସିହାରେ ଯେତେବେଳେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ଜ୍ୟୋତିଷଙ୍କ କଥାରେ ପୂଜାର୍ଚ୍ଚନା କରି ରାତିରେ ଶୋଇ ପଡିଥିଲେ , ଆଉ କାଳ ରାତିରେ ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିଲା ବାତ୍ୟା । ଏବେ  ପୁଣି ବାତ୍ୟା ଆସୁଛି , ହେଲେ ପୁରୀରେ ସାଧୁ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

ମୋଟ୍‌ ଉପରେ ବାତ୍ୟା ଆସୁଥିବାରୁ ଏବେ ପୁରା ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଏହାରି ଭିତରେ ପ୍ରସ୍ତୁତି ବି ଚାଲିଛି । ଅବଶ୍ୟ ସାଧୁ ଜଣଙ୍କ ପୁରାପୁରି ଭାବରେ କହିନାହାନ୍ତି କି ବାତ୍ୟା କୁ ଟାଳିଦେବେ ବୋଲି କିନ୍ତୁ କହିଛନ୍ତି, ତାଙ୍କର ହୋମଯଜ୍ଞ ପ୍ରଭାବରେ ସମୁଦ୍ର ଜୁଆର ଶାନ୍ତ ହେବ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Dana | Argus News