ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ

ଅର୍ଗସ ବ୍ୟୁରୋ: ଓଡ଼ିଶା ଆସିବେ ୫ ମହାବଳ । ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ । ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏନେଇ ସୂଚନା ଦେଇଛନ୍ତି । 'ବରଗଡ଼ ଦେବ୍ରିଗଡ଼ରେ ୩ ଓ ଶିମିଳିପାଳରେ ୨ ମହାବଳ ଛଡ଼ାଯିବ' । 'ଆସିବାକୁ ଥିବା ମହାବଳ ଚିହ୍ନଟ ହୋଇଛନ୍ତି, ଆଇନଗତ ପ୍ରକ୍ରିୟା ସରିଛି । 'ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ଯିବେ' । 'ଦେବ୍ରିଗଡ଼ରେ ବାଘ ଗାଁ ଗଣ୍ଡାକୁ ନ ଯିବା ଲାଗି ସୋଲାର ଫେନ୍ସିଂ ହେବ' ।
ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆଲିପୁର ଜୁ ରୁ ଦୁଇଟି ଜିରାଫ ଅଣାଯିବ । ଏଥିପାଇଁ ନନ୍ଦନକାନନର ଏକ ଟିମ୍ ଆସନ୍ତାକାଲି ଆଲିପୁର ଯିବେ । ପୂର୍ବରୁ ନନ୍ଦନକାନନରେ ଗୋଟିଏ ଜିରାଫ ଥିଲା । ସେହିପରି ନନ୍ଦନକାନନରୁ କିଛି ହରିଣକୁ କୁଲଡିହା ଅଭୟାରଣ୍ୟକୁ ଆଜି ପଠା ଯାଇଛି ।
ନନ୍ଦନକାନନକୁ ଆସିଥିବା ସମ୍ବର ଓ ହରିଣକୁ ମଧ୍ୟ ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଜଙ୍ଗଲରେ ଛଡା ଯିବ। ସେପ୍ଟେମ୍ବର ଶେଷ ସୁଦ୍ଧା ଓଡିଶା ଆସିବ ବାଘ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରକୁ କେଉଁ ବାଘ ଶିମିଳିପାଳ ଓ ଡେବ୍ରିଗଡ଼କୁ ଆସିବ ତାହା ଚି଼ହ୍ନଟ କରାଯାଇ ସାରିଛି । ବନ ବିଭାଗର ଟିମ୍ ସେଠାକୁ ଯାଇ ଆଲୋଚନା କରିବା ପରେ ବାଘ ଅଣାଯିବା ପ୍ରକ୍ରିୟା ଆରମ୍ଭ ହେବ ।