Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନାସ୍ଥା ମତଦାନରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା

Odisha

ଅନାସ୍ଥା ମତଦାନରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା

Ritu Das
Browse all articles by Ritu Das
·1 year ago·2 min read
ଅନାସ୍ଥା ମତଦାନରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା

ଯାଜପୁର ବ୍ୟାସନଗର ପୌରପରିଷଦରେ ଆଜି ଅପରାହ୍ନରେ ଶେଷ ହୋଇଛି ଅନାସ୍ଥା ଭୋଟ। ପୌରାଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ଭୋଟ। ଏଥିରେ ମୋଟ୍ 26ଟି ୱାର୍ଡର 26ଜଣ କାଉନସିଲରଙ୍କ ମଧ୍ୟରୁ 20ଜଣ ମତଦାନ କେନ୍ଦ୍ରରେ ପ୍ରବେଶ କରିଥିଲେ ଏବଂ ଅନାସ୍ଥା ସପକ୍ଷରେ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ତନ୍ମଧ୍ୟରୁ 16ଜଣ ବିଜେଡ଼ି ଏବଂ 4ଜଣ କଂଗ୍ରେସ କାଉନସିଲର ମହଜୁଦ ଥିଲେ। ମାତ୍ର ଏହା ଦ୍ୱାରା ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଛି। ଏଥିସହ ବିଜେଡିର ଅନ୍ତର୍ଦ୍ୱନ୍ଦ୍ବ ପଦାରେ ପଡ଼ିଛି। ତେବେ ଏହି ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିଲେ 6ଜଣ କାଉନସିଲର। ଯେଉଁଥିରେ 4ଜଣ ବିଜେଡ଼ି, ଜଣେ ବିଜେପି ଏବଂ ଅନ୍ୟ ଜଣେ କଂଗ୍ରେସ କାଉନସିଲର ଥିଲେ। ଅଧ୍ୟକ୍ଷାଙ୍କ ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ହିଁ ଏଭଳି ପରିଣାମ ସୃଷ୍ଟି କରିଛି। ତେବେ କିଛି ଅଦୃଶ୍ୟ ଶକ୍ତି ଓ ନ୍ୟସ୍ତ ସ୍ବାର୍ଥ ପାଇଁ ଅଧ୍ୟକ୍ଷାଙ୍କୁ ବିରୋଧ କରାଯାଇଥିବା ସୋସିଆଲ ମିଡିଆରେ କହିଥିଲେ ପୌରଧକ୍ଷ। ସେପଟେ ପାରିଷଦଙ୍କୁ ଉନ୍ନୟନ କାର୍ଯ୍ୟରେ ସହଯୋଗ ମିଳୁନଥିଲା। ଅଧ୍ୟକ୍ଷାଙ୍କ ମନମାନି ଯୋଗୁଁ ଅନାସ୍ଥା ଆଣିବାକୁ ବାଧ୍ୟ ହୋଇଥିବା ଉପାଧ୍ୟକ୍ଷ ସୁବାସ ବଳ ଓ ବିରୋଧୀ ପାରିଷଦ ମାନେ ମତ ଦେଇଛନ୍ତି।


ସେପଟେ ବିଗତ ଦିନରେ ମଧ୍ୟ ବାରମ୍ବାର ଏହି ପୌର ପରିଷଦରେ ଅଧ୍ୟକ୍ଷ ପଦ ବିରୋଧରେ ଅନାସ୍ଥା ଅଣାଯାଇଛି। କେତେବେଳେ ଏହା କାଟ ଖାଇଛି, କେତେବେଳେ ସଫଳତା ମିଳିଛି। ମାତ୍ର ଏପରି ହେବା ଦ୍ବାରା ପୌରାଞ୍ଚଳର ଉନ୍ନତିରେ ଏହା ବାଧା ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ତେବେ ଆଜିର ନିର୍ବାଚନ ଅଧିକାରୀ ଭାବେ ଏହି ଅନାସ୍ଥା ଭୋଟକୁ ପରିଚାଳନା କରିଥିଲେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ। ତେବେ ଆଜିର ଏହି ଅନାସ୍ଥା ଭୋଟରେ 20ଟି ଯାକ ଭୋଟ ଅନାସ୍ଥା ସପକ୍ଷରେ କାଷ୍ଟିଂ ହୋଇଥିବା ଏଡିଏମ୍ ଶ୍ରୀ ନନ୍ଦ ସ୍ବୀକାର କରିଛନ୍ତି। ଲିଖିତ ମତେ ଫଳାଫଳ ପତ୍ରରେ ଏଡିଏମ୍ ସ୍ୱାକ୍ଷର କରିଥିଲେ ହେଁ ସରକାରୀ ଭାବେ ଘୋଷଣା କରିବାକୁ ମନା କରିଥିଲେ। ସେପଟେ ଅଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ଅନାସ୍ଥା ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆସନ୍ତା ୧୫ ତାରିଖରେ ଏହାର ଶୁଣାଣି ରହିଛି। ଶୁଣାଣି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଡିଏମ୍ ତଥା ନିର୍ବାଚନ ଅଧିକାରୀ କହିଛନ୍ତି। ତେବେ ତୃଣମୂଳ ସ୍ତରରେ ପ୍ରସଙ୍ଗ ଯାହା ହେଉନା କାହିଁକି ବିଜେଡ଼ି ଦଳର ନେତା ନେତାଙ୍କ ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ଏଭଳି ଅନ୍ତର୍ଦ୍ୱନ୍ଦକୁ ଖୋରାକ ଯୋଗାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
byasnagar-municipal-corporation-chairman-loses-no-confidence-vote | Argus News