Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୃହତ ଭୂତଳ ତୈଳ ଭଣ୍ଡାର ପାଇଁ କ୍ୟାବିନେଟର ମଞ୍ଜୁରୀ

Odisha

ବୃହତ ଭୂତଳ ତୈଳ ଭଣ୍ଡାର ପାଇଁ କ୍ୟାବିନେଟର ମଞ୍ଜୁରୀ

Smruti Parija
Browse all articles by Smruti Parija
·1 year ago·2 min read
ବୃହତ ଭୂତଳ ତୈଳ ଭଣ୍ଡାର ପାଇଁ କ୍ୟାବିନେଟର ମଞ୍ଜୁରୀ

Key Points

ବଦଳିବ ଯାଜପୁରର ଭାଗ୍ୟ

ସୃଷ୍ଟି ହେବ ନିଯୁକ୍ତି ଓ ସୁଦୃଢ଼ ହେବ ଅର୍ଥନୀତି ବୃହତ ଭୂତଳ ତୈଳ ଭଣ୍ଡାର ପାଇଁ କ୍ୟାବିନେଟର ମଞ୍ଜୁରୀ

ଯାଜପୁର: ବଦଳିଛି ସରକାର । ବଦଳିବ ଯାଜପୁରରେ ହେବାକୁ ଥିବା ପ୍ରସ୍ଥାବିତ ବୃହତର ଭୂତଳ ତୈଳଭଣ୍ଡାରର ଭାଗ୍ୟ । କେନ୍ଦ୍ର ସରକାରଙ୍କ ଯାଜପୁର ଜିଲ୍ଳା ଡଙ୍କାରୀ ଠାରେ ପ୍ରସ୍ଥାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟର ମିଳିଛି ମଞ୍ଜୁରୀ । ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ବିଭାଗ ଭାରତର ଚତୁର୍ଥ ବୃହତମ ତୈଳ ଭଣ୍ଡାର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଡଙ୍କାରି ଠାରେ କରିବାକୁ ଘୋଷଣା କରିଥିଲା । ପରବର୍ତ୍ତୀ ସମୟରେ ରାଜନୈତିକ ହୀନ ଉଦେଶ୍ୟ ଏବଂ ଚକ୍ରାନ୍ତ ଭିତରେ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲେ ରାଜ୍ୟ ସରକାର।


ପ୍ରଥମେ ଏନେଇ ରାଜ୍ୟ ସରକାରଙ୍କୁ ଜମି ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ୬.୫ ମିଲିୟନ ମେଟ୍ରିକ ଟନ୍ ରିଜର୍ଭର ପାଇଁ ୫ ହଜାର କୋଟି ବ୍ୟୟ ଅଟକଳ ହୋଇଥିଲା । ଯାହାକି ୨୦୧୭-୧୮ ବଜେଟରେ ଏନେଇ ପ୍ରାଥମିକ ଭାବେ ୩୮୦୦ କୋଟିକୁ ମଂଜୁରୀ ମିଳିଥିଲା । କିନ୍ତୁ ସେ ସମୟରେ ପ୍ରକଳ୍ପର ମୂଲ୍ୟ ୫୦୦୦ କୋଟି ଥିବା ବେଳେ ୨୦୧୯ ବେଳକୁ ତାହା ୬୭୦୦ କୋଟିରେ ପହଞ୍ଚିଥିଲା । ୬୦୦ ଏକର ଜମି ମଧ୍ୟରୁ ୪୦୦ ଏକରରେ ଭୂତଳ ତୈଳ ଭଣ୍ଡାର ଏବଂ ୨୦୦ ଏକର ଅନ୍ୟାନ୍ୟ ବ୍ୟବହାର ପାଇଁ ପ୍ରସ୍ଥାବ ରହିଥିଲା । କିନ୍ତୁ ପ୍ରକଳ୍ପ ଘୋଷଣା ଦିନରୁ ସ୍ଥାନୀୟ ରାଜନେତା, ମାଫିଆ,ଟ୍ରକ ସଂଘ, ପ୍ରଶାସନ ରାଜସ୍ବ କ୍ଷତି ଆଳରେ ଏହାକୁ ବିରୋଧ କରିବା ଜାରି ରଖିଥିଲେ । ବୃହତ ଅଶୌଧିତ ତୈଳ ଭଣ୍ଡାର ନିର୍ମାଣ କରିବା ପାଇଁ ୨୦୧୭ମସିହାରେ ଘୋଷଣା କରାଯାଇ ରାଜ୍ୟ ସରକାରଙ୍କୁ ଜମି ଯୋଗାଇ ଦେବା ପାଇଁ ବାରମ୍ବାର ପତ୍ର ଲେଖିବା ସହ ତୈଳ ବିଭାଗର ଅଧିକାରୀଙ୍କ ମଧ୍ୟରେ ସମୀକ୍ଷା ବୈଠକ ହୋଇଥିଲେ ମଧ୍ୟ ପ୍ରଶାସନ ଜମି ଯୋଗାଇବା ପରିବର୍ତ୍ତେ ୮ ଜଣ ଲିଜଧାରୀ ପଥର ମାଫିଆଙ୍କ ପାଇଁ ଜମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ହୀନ ମନୋବୃତ୍ତିକୁ ପଦାରେ ପକାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତୈଳ ପ୍ରକଳ୍ପ ହେଲେ ପ୍ରତ୍ୟେକ୍ଷରେ ୩୫୦୦ ଓ ପରୋକ୍ଷରେ ୧୦ ହଜାର ଲୋକ ଦୈନିକ ଉପକୃତ ହେବେ । ୨୦୧୭ରେ ସମାନ ସମୟରେ ଘୋଷଣା ହୋଇଥିବା ଆନ୍ଧ୍ରର ମାଙ୍ଗାଲୋର ଓ କର୍ଣ୍ଣାଟକର ପୁଦୁରରେ ପ୍ରକଳ୍ପ କ‌ାର୍ଯ୍ୟ‌ ଶେଷ ହୋଇଥିବା ବେଳେ ଯାଜପୁରର ପ୍ରକଳ୍ପ ୭ ବର୍ଷ ହେଲା ଫାଇଲ ଭିତରେ ଚାପି ହୋଇଯାଇଛି । ତେବେ ଗତକାଲି ରାଜ୍ୟ କ୍ୟାବିନେଟର ମୋହର ପରେ ଏବେ ରାଜ୍ୟ ପାଇଁ ଏହା କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଉପହାର ବୋଲି କହିଛନ୍ତି । ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ସହ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ ଓ ଏଥିସହ ଭାରତ ବର୍ଷରେ ଯାଜପୁର ଜିଲ୍ଲା ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ପାଇବ । ଗତ ୪ ତାରିଖରେ ଧର୍ମଶାଳା ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କ୍ୟାବିନେଟର ମଞ୍ଜୁରୀ ଏବେ ଓଡିଶା ଇତିହାସରେ ଏହା ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଠି କରିବ ।

Sponsored
cabinet-approves-large-underground-oil-reserves-at-jajpur | Argus News