Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏକ ଦେଶ ଏକ ନିର୍ବାଚନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏକ ଦେଶ ଏକ ନିର୍ବାଚନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

Key Points

  • ଏକ ଦେଶ ଏକ ନିର୍ବାଚନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
  • ଚଳିତ ଲୋକସଭାରେ ଆସିପାରେ ବିଧେୟକ
  •  ଥରେ ନିର୍ବାଚନ, ଥରେ ରାଜନୈତିକ ତୁ ତୁ ମେ ମେ
  • ଥରେ କୋଡ ଅଫ କନଡକ୍ଟ ଆଉ ପରେ ଲମ୍ବା ବିକାଶ
  • ମାତ୍ର ଆଇନ ହେବା ପାଇଁ ଆବଶ୍ୟକ ବଡ ସାମ୍ବିଧାନିକ ପ୍ରକିୟା
  • ଏନଡିଏ ସମର୍ଥନରେ.. ଇଣ୍ଡି ବିରୋଧରେ
  • କାହାର ଦମ କେତେ?

ଅର୍ଗସ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରା କରିବାକୁ ମୋଦି ଦେଇଥିଲେ ଆହ୍ବାନ । ଗୋଟିଏ ସମୟରେ ସାରା ଦେଶରେ ନିର୍ବାଚନ ନେଇ  ଏବେ ପୁଣି ଗୋଟିଏ ପାଦ ଆଗକୁ ବଢିଲେ ମୋଦି ସରକାର...  ଆଜି କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବ ଉପରେ ମୋହର ଲଗାଇବା ପରେ ଖୁବ ଶିଘ୍ର ଲୋକସଭାରେ ବିଧେୟକ ଆସିବ ବୋଲି କୁହାଯାଉଛି ।

ଦେଶରେ ଏକକ ନିର୍ବାଚନ ନେଇ ରାମନାଥ କୋବିନ୍ଦ କମିଟର ପ୍ରସ୍ତାବକୁ ସେପଟମ୍ବରରେ ଅନୁମୋଦନ ଦେଇଥିଲା କ୍ୟାବିନେଟ । ସେତେବେଳେ 32 ଟି ରାଜନୈତିକ ଦଳ ଏହାକୁ ସମର୍ଥନ କରିଥିବା ବେଳେ ବିରୋଧ କରିଥିଲେ 15 ଟି ଦଳ । 15 ଟି ଦଳ ନିରୁତ୍ତର ଥିଲେ । 62 ଟି ରାଜନୈତିକ ଦଳର ମତାମତ ନେଇଥିଲେ ରାମନାଥ କୋବିନ୍ଦ କମିଟି । ତେବେ ଏକକ ନିର୍ବାଚନକୁ ଏନଡିଏ ସମର୍ଥନ କରୁଥିବା ବେଳେ ବିରୋଧ କରୁଛି ଇଣ୍ଡି ମେଣ୍ଟ ।

ଅଧିକ ପଢ଼ନ୍ତୁ: ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏକକ ନିର୍ବାଚନ ସଂପର୍କିତ ବିଲ ଆଗରେ ରହିଛି ବଡ ଚ୍ୟାଲେଞ୍ଜ... ସଂସଦରେ  ଦୁଇ ତୃତୀୟାଂଶ ମତରେ  ବିଲ ପାରିତ ହେଲେ ଆଇନରେ ପରିଣତ ହୋଇପାରିବ.. ସମ୍ବିଧାନ ବିଶେଷଜ୍ଞଙ୍କ କହିବା କଥା ଦେଶର ଅଧା ରାଜ୍ୟର ବିଧାନସଭାରେ ବି ଏହା ସରଳ ସଂଖ୍ୟା ମତରେ ପାରିତ ହେବା ଆବଶ୍ୟକ.. ଏବେ ଲୋକସଭାରେ ଏନଡିଏ   ସଦସ୍ୟ ଙ୍କ ସଂଖ୍ୟା 292 ଥିବା ବେଳେ ଆବଶ୍ୟକ 364 ସଦସ୍ୟଙ୍କ ମତ.. ସେହିପରି ରାଜ୍ୟସଭାରେ 164 ଜଣ ସଦସ୍ୟଙ୍କ ଅନୁମତି ଆବଶ୍ୟକ ଥିବା ବେଳେ ଏନଡିଏ ସମର୍ଥନରେ ଅଛନ୍ତି 112 ସଦସ୍ୟ

 

Sponsored
Cabinet approves One Nation One Election | Argus News