Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟର ନିଷ୍ପତ୍ତି

Odisha

ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟର ନିଷ୍ପତ୍ତି

Smruti Parija
Browse all articles by Smruti Parija
·1 year ago·2 min read
ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟର ନିଷ୍ପତ୍ତି

Key Points

ଗରିବଙ୍କ ପକ୍କା ଘର ସ୍ବପ୍ନ ପୂରଣ କରିବେ ରାଜ୍ୟ ସରକାର

ଅନ୍ତଦ୍ବୟ ଗୃହ ଯୋଜନାରେ ଲାଗିଲା କ୍ୟାବିନେଟ ମୋହର

ରାଜ୍ୟର ୩୧୪ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବାକୁ ସରକାରଙ୍କ ଯୋଜନା

ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟର ନିଷ୍ପତ୍ତି

ଇଣ୍ଡୋର ହଲ ସହ ହକି, କ୍ରିକେଟ, ଫୁଟବଲ ଖେଳ ପାଇଁ ବ୍ୟବସ୍ଥା

୧୧ ଟି ପ୍ରସ୍ତାବ ଉପରେ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ୍। ଯେଉଁଥିରେ ସବୁଠୁ ବଡ଼ ନିଷ୍ପତ୍ତି ହେଉଛି ଅନ୍ତଦ୍ବୟ ଗୃହ ଯୋଜନା। ଏହି ଯୋଜନା ଅଧିନରେ ଗରିବଙ୍କୁ ପକ୍କା ଘର ଯୋଗାଇବେ ସରକାର। ପ୍ରାକୃତିକ ଓ ମନୁଷ୍ୟକୃତ କ୍ଷତି, ସରକାରୀ ପ୍ରକଳ୍ପ ଦ୍ବାରା ବିସ୍ଥାପିତ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପକ୍କା ଘର। ପ୍ରଧାନମନ୍ତ୍ରୀ ଆବାସ ଭଳି ଘର ତିଆରି ପାଇଁ ସରକାର ଦେବେ 1 ଲକ୍ଷ 20 ହଜାର ଟଙ୍କା। 2 ଲକ୍ଷ 50 ହଜାର ଘର ତିଆରି କରିବେ ରାଜ୍ୟ ସରକାର । 4 ମାସ ଭିତରେ ଘର ସମାପ୍ତ ହେଲେ 20 ହଜାର 6 ମାସ ରେ ସରିଲେ ମିଳିବ ଅତିରିକ୍ତ 10 ହଜାର ଟଙ୍କା। ଏଥିସହ ପକ୍କା ଘର ସଂଜ୍ଞାକୁ ସରଳୀକରଣ କରାଯିବା ଲାଗି କ୍ୟାବିନେଟ ନେଇଛି ନିଷ୍ପତ୍ତି। ଆଜବେଷ୍ଟସ୍, ଟିଣ ଓ ଟାଇଲ ଛାତ ଘରକୁ ବି ଏଣିକ କଚା ଘର ଭାବେ ଗଣାଯିବ । ଏଥିପାଇଁ ଖର୍ଚ୍ଚ ହେବ 7 ହଜାର 550 କୋଟି ଟଙ୍କା ।


ସେହିପରି କ୍ରୀଡାର ବିକାଶ ପାଇଁ ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। 314 ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ବ୍ଲକ ହେଡ୍ କ୍ଵାଟର କିମ୍ବା 5 କିଲୋମିଟର ଭିତରେ ତିଆରି ହେବ ଷ୍ଟାଡିୟମ। 12 ଏକର ରୁ 15 ଏକର ସରକାରୀ ଜମି କିମ୍ବା ଆବଶ୍ୟକ ହେଲେ ପ୍ରାଇଭେଟ ଜମିକୁ ନେବେ ସରକାର। ଇଣ୍ଡୋର ହଲ ବ୍ୟବସ୍ଥା ସହ ହକି, କ୍ରିକେଟ, ଫୁଟବଲ ଖେଳ ପାଇଁ କରାଯିବ ବ୍ୟବସ୍ଥା। ଏଥିପାଇଁ ୫ ବର୍ଷ ମଧ୍ୟରେ 4 ହଜାର 124 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଜଳ ସମ୍ପଦ ବିଭାଗ ବଡ଼ ବଡ଼ ଡ୍ୟାମର ପୁନର୍ବିନ୍ୟାସ ଓ ଉନ୍ନତିକରଣ କରାଯିବ। ଏଥିପାଇଁ ଆଗାମୀ 6 ବର୍ଷ ମଧ୍ୟରେ ବିଶ୍ବବ୍ୟାଙ୍କ ସହାୟତାରେ 1 ହଜାର 66 କୋଟି 38 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ହୀରାକୁଦ ବନ୍ଧର ପୁନରୁଦ୍ଧାର ପାଇଁ ପାଇଁ 3 ଟି ପ୍ରକଳ୍ପ କାର୍ଯ୍ୟକାରି କରିବେ ରାଜ୍ୟ ସରକାର।

Argus Whatsapp Channel Mobile Top
Sponsored
Cabinet decision to develop sports infrastructure at grassroots level | Argus News