CAG Report Odisha / ସିଏଜି ରିପୋର୍ଟରୁ ଆସିଛି ସାଂଘାତିକ ତଥ୍ୟ…ବାଇକ ନମ୍ବରରେ ବେଲ୍ଟ ନପିନ୍ଧିବାରୁ କଟିଛି ଚାଲାଣ
·54 mins ago·2 min read

Key Points
ସିଏଜି ରିପୋର୍ଟରୁ ଆସିଛି ସାଂଘାତିକ ତଥ୍ୟ
ବାଇକ ନମ୍ବରରେ ବେଲ୍ଟ ନପିନ୍ଧିବାରୁ କଟିଛି ଚାଲାଣ
କାର ଚାଳକଙ୍କୁ ହେଲମେଟ ପାଇଁ ପଡିଛି ଫାଇନ

୨୦୨୪ ପୂର୍ବରୁ ରାଜ୍ୟରେ ଇ-ଚାଲାଣ ବ୍ୟବସ୍ଥାରେ ଆରଟିଓଗୁଡ଼ିକ କିଭଳି ଅନ୍ଧଭାବେ ଟାର୍ଗେଟ ପୂରଣ କରାଯାଉଥିଲା, ତା’ର ପୋଲ ଖୋଲିଛି ସିଏଜି ରିପୋର୍ଟ । ରାଜ୍ୟରେ ୨ ହଜାର ୯୮୮ ଜଣ ବାଇକ୍ ଚାଳକଙ୍କ ଉପରେ ସିଟବେଲ୍ଟ ବାନ୍ଧିନଥିବା ଦର୍ଶାଇ ୨୯ ଲକ୍ଷ ୮୮ ହଜାର ଟଙ୍କାର ଜୋରିମାନା । ଆଉ ୪ ହଜାର ୭୮୬ଟି କାର୍ ଓ ଅଟୋ ଡ୍ରାଇଭରଙ୍କୁ ହେଲମେଟ୍ ପିନ୍ଧିନଥିବା ପାଇଁ ୪୭ଲକ୍ଷ ୮୬ ହଜାର ଟଙ୍କାର ଚାଲାଣ ଜାରି ହୋଇଥିଲା। ଏହା ସହ ଅଡିଟ ରିପୋର୍ଟ କହୁଛି ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟବ୍ୟାପୀ ୩୯ ଲକ୍ଷ ୫୫ ହଜାର ଇ-ଚାଲାଣ ଫଇସଲା ନହୋଇ ପଡ଼ିରହିଥିଲା।.. ଯାହାର ମୋଟ ଜରିମାନା ମୂଲ୍ୟ ଥିଲା ପ୍ରାୟ ୧୧୩୬ କୋଟି ୬୨ ଲକ୍ଷ ଟଙ୍କା । ରାଜ୍ୟରେ ୫୩୦କୋଟି ଟଙ୍କାର ବକେୟା ଟିକସ ଆଦାୟ ପାଇଁ ସରକାରଙ୍କ ‘ୱାନ୍ ଟାଇମ ସେଟେଲମେଣ୍ଟ’ ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗୀୟ ଅପାରଗତା ଯୋଗୁ ମାତ୍ର ୧.୮୩% ଅର୍ଥାତ୍ ମାତ୍ର ୯ କୋଟି ୭୧ ଳକ୍ଷ ଟଙ୍କା ଆଦାୟ ହୋଇଛି।
ଗୋଟିଏ ଗାଡ଼ି ବାରମ୍ବାର ନିୟମ ଉଲ୍ଲଂଘନ କରୁଥିଲେ ମଧ୍ୟ କର୍ମଚାରୀମାନେ ମାତ୍ର ଗୋଟିଏ କିମ୍ବା ଦୁଇଟି ଛୋଟ ଅପରାଧ ଦର୍ଶାଇ ଚାଲାଣ କାଟିଛନ୍ତି । ତାର ପୋଲ ଖୋଲିଛି । ୧୩ ଲକ୍ଷ ୬୫ ହଜାର ମାମଲାରେ ରାଜ୍ୟ ରାଜକୋଷକୁ ପ୍ରାୟ ୬୪୦ କୋଟି ୮୭ ଲକ୍ଷ ଟଙ୍କାର ଜରିମାନା ଆସିବା ସମ୍ଭବପର ହୋଇନାହିଁ । ସେହିପରି ୧୫ ବର୍ଷରୁ ପୁରୁଣା ୮ ଲକ୍ଷରୁ ଅଧିକ ଗାଡ଼ିରୁ ୧୨୬ କୋଟିରୁ ଅଧିକ ଗ୍ରୀନ୍ ଟ୍ୟାକ୍ସ ବକେୟା ପଡ଼ିରହିଛି। ଅନ୍ୟପକ୍ଷରେ, ୬୫୩ଟି ଇଭି ଗାଡ଼ିରୁ ଅବୈଧ ଭାବେ ୭୩ ଲକ୍ଷରୁ ଅଧିକ ଟଙ୍କା ଟିକସ ଆଦାୟ କରି ସାଧାରଣ ନାଗରିକଙ୍କୁ ହଇରାଣ କରାଯାଇଛି। ସବୁଠାରୁ ସଙ୍ଗୀନ କଥା ହେଉଛି, ୧୯ ଲକ୍ଷରୁ ଅଧିକ ସକ୍ରିୟ ଗାଡ଼ି ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ରେ ଚାଲୁଛି । ପ୍ରାୟ ୨୦ ହଜାର ଯାତ୍ରୀବାହୀ ଓ ବାଣିଜ୍ୟିକ ଯାନ ବୈଧ ଫିଟନେସ୍ ସାର୍ଟିଫିକେଟ୍ ନଥାଇ ମଧ୍ୟ ବେଧଡ଼କ ରାସ୍ତାରେ ଗଡ଼ୁଛି।
ସଡ଼କ ସୁରକ୍ଷା ନୀତି-୨୦୧୫ ଅନୁସାରେ ୨୦୨୦ ମସିହା ସୁଦ୍ଧା ଦୁର୍ଘଟଣା ୫୦ ପ୍ରତିଶତ ଏବଂ ମୃତ୍ୟୁସଂଖ୍ୟା ୨୦ ପ୍ରତିଶତ ହ୍ରାସ କରିବାର ଲକ୍ଷ୍ୟ ଥିଲା। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ୨୦୨୩ରେ ରାଜ୍ୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫ ହଜାର ୭୩୯ରେ ପହଞ୍ଚିଛି। ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ହେଲମେଟ୍ ନପିନ୍ଧିବା ଯୋଗୁଁ ୬୪୨୯ ଜଣ ଓ ସିଟ୍ ବେଲ୍ଟ ନବାନ୍ଧିବା ଯୋଗୁଁ ୨୧୮୫ ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ଦୁର୍ଘଟଣା ବଢ଼ୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠିରୁ ୮୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ନହୋଇ ବ୍ୟାଙ୍କରେ ପଡ଼ିରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories