Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିଏଜି ରିପୋର୍ଟ ଖୋଲିଦେଲା କାଳିଆ ଗୁମର, ଦୁର୍ନୀତି ହୋଇଛି...

Odisha

ସିଏଜି ରିପୋର୍ଟ ଖୋଲିଦେଲା କାଳିଆ ଗୁମର, ଦୁର୍ନୀତି ହୋଇଛି...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସିଏଜି ରିପୋର୍ଟ ଖୋଲିଦେଲା କାଳିଆ ଗୁମର, ଦୁର୍ନୀତି ହୋଇଛି...

Key Points

  • ସିଏଜି ରିପୋର୍ଟ ଖୋଲିଦେଲା କାଳିଆ ଗୁମର
  • ଅଯୋଗ୍ୟ ହିତାଧିକାରୀ ନେଇଗଲେ ୭୮୨ କୋଟି
  • ପୁରୀ ଜିଲ୍ଲାପାଳଙ୍କ ପାଇଁ ୮ କୋଟି କ୍ଷତି

ଅର୍ଗସ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ । ରିପୋର୍ଟ ସ୍ପଷ୍ଟ କଲା କାଳିଆ ଯୋଜନାରେ କେମିତି ଦୁର୍ନୀତି କରିଥିଲା ବିଜେଡି ସରକାର । କୋଟିଏ କି ଦୁଇକୋଟି ନୁହେଁ ବରଂ ଅଯୋଗ୍ୟ ହିତାଧିକାରୀ ପ୍ରାୟ ୭୮୨ କୋଟି ଟଙ୍କା ନେଇଯାଇଥିବା ଜଣାପଡିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଏତେ ପରିମାଣରେ ରାଜସ୍ଵ ନଷ୍ଟ ହେଲା, ହେଲେ କେମିତି ତତ୍କାଳୀନ ସରକାର ଜାଣିପାରିଲେ ନାହିଁ ତାହାକୁ ନେଇ ଉଙ୍କି ମାରୁଛି ପ୍ରଶ୍ନ । 

କାଳିଆ ଯୋଜନା ଘୋଷଣା ହେବା ପରଠାରୁ ଅନେକ ବିବାଦ ଦେଖାଯାଇଛି । କୁହାଯାଉଥିଲା କି ରାଜସ୍ଵ ଲୁଟ୍‌ କରିବାକୁ ଜାଣିଶୁଣି ଫନ୍ଦି କରିଥିଲେ ସେବର ସରକାର । ଯାହା ଗତକାଲିର ସିଏଜି ରିପୋର୍ଟ ହିଁ ପ୍ରମାଣ କରିଦେଇଛି । ସୂଚନା ଅନୁସାରେ, ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେଇଥିଲା ବିଜେଡି ସରକାର  । ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି । ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି କାଳିଆ ଯୋଜନାରେ । ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ । ପରେ ଡାଟାବେସ୍‌ ବିଶ୍ଲେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ । ଏମିତି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇଯାଇଥିଲେ । ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିଲେ । ସେମିତି ତାଲିମ ନଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ । ୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ପାଇଯାଇଥିଲେ । ଏହି ରିପୋର୍ଟ ଦେଖିବା ପରେ ପୁଣି ଥରେ ବିବାଦ ଘେରକୁ ଆସିଛି କାଳିଆ ।

ବିଧାନସଭାରେ ରିପୋର୍ଟ ଉପସ୍ଥାପିତ ହେବା ପରେ ଜଣାଯାଇଛି କି କେବଳ କାଳିଆ ଯୋଜନାରେ ନୁହେଁ ବରଂ ଅନେକ ଯୋଜନାରେ ଦୁର୍ନୀତି ହୋଇଛି । ବାଙ୍ଗିରିପୋଷି ତହସିଲଦାରଙ୍କ ପାଇଁ ୧୦ କୋଟିର ରାଜସ୍ବ ଅନାଦେୟ ରହିଛି । ଲଘୁ ଖଣିଜ ପଦାର୍ଥ ଲିଜ୍ ଧାରୀଙ୍କଠାରୁ ଅଗ୍ରୀମ ରୟାଲିଟି ଆଦାୟ କରିବା କଥା । ବାଙ୍ଗିରିପୋଷି ତହସିଲଦାର କିନ୍ତୁ ୧୦.୩୫ କୋଟି ଆଦାୟ କରିନଥିଲେ । ସେହିପରି ରାଜସ୍ବ ବିଭାଗ ନୀତି ଅନୁସାରେ ସ୍କୁଲ, କଲେଜ ପାଇଁ ରିହାତି ଦରରେ ଜମି ମନା ଥିବାବେଳେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପୁରୀ ଜିଲ୍ଲାପାଳ ୫ ଏକର ଜମି ଲିଜ୍ ଦେଇଥିଲେ । ପୁରୀ ଜିଲ୍ଲାପାଳଙ୍କ ଏହି ଅନିୟମିତ କାର୍ଯ୍ୟ ପାଇଁ ୮.୪୭ କୋଟି ରାଜସ୍ଵ ନଷ୍ଟ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଜାଲ୍ ପ୍ରମାଣପତ୍ରରେ କେମିତି ଛାତ୍ର ବୃତ୍ତି ହଡ଼ପ କରାଯାଇଛି ତାହାର ମଧ୍ୟ ଗୁମର ଖୋଲିଛି ସିଏଜି ରିପୋର୍ଟ । ୯୭ ଲକ୍ଷ ଟଙ୍କାର ବୃତ୍ତି ଟଙ୍କା ହଡପ୍ କରାଯାଇଥିବା ଦର୍ଶାଯାଇଛି । ଏମିତିକି ଅନୁବନ୍ଧିତ ହୋଇନଥିବା କିଛି ଶିକ୍ଷାନୁଷ୍ଠାନ ବି ନେଇଯାଇଥିଲେ ବୃତ୍ତି ଟଙ୍କା । ୩୮ଟି ଶିକ୍ଷାନୁଷ୍ଠାନର ୫୬୬୦ ପିଲାଙ୍କୁ ବେଆଇନ ଭାବେ ୧୮ କୋଟି ଦିଆଯାଇଥିବା ସିଏଜି ଦର୍ଶାଇଛନ୍ତି ରିପୋର୍ଟରେ । ସମବାୟ ବିଭାଗର ଭ୍ରାମ୍ୟମାଣ ଏଟିଏମ୍‌ରେ ବି ହୋଇଛି ବଡ଼ ଘୋଟାଲା । କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍‌ ପାଇଁ ପାଣିରେ ପଡ଼ିଛି ୮ କୋଟି ଟଙ୍କା । ମୋଟ୍‌ ଉପରେ, ରାଜ୍ୟରେ ପୂର୍ବ ସରକାର କେମିତି ଦୁର୍ନୀତି କରିଥିଲା ତାହାର ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛି । ଏବେ ସମୟ, କେବେ ଦୁର୍ନୀତିକାରୀଙ୍କ ବିରୋଧରେ ହେଉଛି ଆକ୍ସନ ।
 

Argus Whatsapp Channel Mobile Top
Sponsored
CAG report | Argus News