Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ୨୦୨୫-୨୬ ବର୍ଷ ପାଇଁ ଆଜି ବସିବ ପଞ୍ଜିକା ସମୀକରଣ ବୈଠକ

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରୀରେ ୨୦୨୫-୨୬ ବର୍ଷ ପାଇଁ ଆଜି ବସିବ ପଞ୍ଜିକା ସମୀକରଣ ବୈଠକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅଧକ୍ଷତାରେ ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ହେବ ଆଲୋଚନା । ପୂର୍ବରୁ ପଞ୍ଜିକାରେ ତ୍ରୁଟିକୁ ନେଇ ଦେଖାଦେଇଛି ବିବାଦ । ପୁରୀରେ ୨୦୨୫-୨୬ ବର୍ଷ ପାଇଁ ଆଜି ବସିବ ପଞ୍ଜିକା ସମୀକରଣ ବୈଠକ ।


ଆଜି ଅନୁଷ୍ଠିତ ହେବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ। ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିବ । ଦିନ 12ଟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ଦେଖାଦେଇଛି ବିବାଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ପଞ୍ଜିକାର ମାନଙ୍କ ସମେତ ପୂଜାପଣ୍ଡା ନିଯୋଗ ଓ ମୁକ୍ତିମଣ୍ଡପ ସଦସ୍ୟ ଉପସ୍ଥିତ ରହିବେ । ପୂର୍ବରୁ ସରସ୍ବତୀ ପୂଜା, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗର ତିଥିକୁ ନେଇ ଦେଖାଦେଇଥିଲା ଦ୍ବନ୍ଦ୍ବ । ସରସ୍ୱତୀ ପୂଜା ଫେବୃଆରୀ 2 ତାରିଖରେ ହେବ ନା ଫେବୃଆରୀ 3 ତାରିଖରେ ହେବାନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନଭିନ୍ନ ମତ ଥିବାରୁ ଦ୍ୱନ୍ଦ ଦେଖା ଦେଇଥିଲା।

Sponsored
Calendar calculation meeting for 2025-26 to be held in Puri today | Argus News