Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭକ୍ତଙ୍କ ମୁଣ୍ଡରେ ପିସିସି ଦାୟିତ୍ଵ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭକ୍ତଙ୍କ ମୁଣ୍ଡରେ ପିସିସି ଦାୟିତ୍ଵ

Key Points

ଭକ୍ତଙ୍କ ମୁଣ୍ଡରେ ପିସିସି ଦାୟିତ୍ବ
ଓଡିଶାରେ ଭକ୍ତଙ୍କୁ ସ୍ବାଗତ ପାଇଁ କଂଗ୍ରେସର ସଜବାଜ
ଖସୁଥିବା କଂଗ୍ରେସ କୁ ଉପରକୁ ଉଠାଇ ପାରିବେ ତ ନୂଆ ମୁଖିଆ ?
ଗାନ୍ଧି ପରିବାରର ପ୍ରିୟ ଭକ୍ତ କଂଗ୍ରେସକୁ କରି ପାରିବେ ତ ଲୋକଙ୍କ ପ୍ରିୟ?

ପ୍ରାୟ ୭ ମାସ ପରେ ନୂଆ ମୁଖିଆ ପାଇଛି ରାଜ୍ୟ କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଦାୟିତ୍ଵ ଦେଇଛି ଏଆଇସିସି । ୨୦୨୪ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ହଟାଇ ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିଥିଲା ଏଆଇସିସି । ଏହାପରେ ଦୁଇ ପର୍ଯ୍ୟବେକ୍ଷକ ଆସି ରାଜ୍ୟ କଂଗ୍ରେସ ନେତାଙ୍କ ନେଇଥିଲେ ମତାମତ। ତେବେ ମୋକିମ ଓ ଭକ୍ତ ଙ୍କ ନା ସଭାପତି ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗାନ୍ଧି ପରିବାରର ପ୍ରିୟ କୁହାଯାଉଥିବା ଭକ୍ତଙ୍କ ନାଁରେ ବାଜିଛି ମୋହର । ସେପଟେ ଦାୟୀତ୍ଵ ନେଉ ନେଉ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦେଇଛନ୍ତି ନୂଆ ସଭାପତି । କଂଗ୍ରେସ ସଙ୍ଗଠନ କୁ ଗ୍ରାଉଣ୍ଡ ଜିରୋ ରୁ ମଜଭୁତ କରିବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି ବୋଲି କହିଛନ୍ତି କଂଗ୍ରେସ ମୁଖିଆ
 

କଲେଜ ନିର୍ବାଚନରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଭକ୍ତ ଚରଣ ଦାସ ଥରେ ୧୯୮୫ରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୮୯,୯୬ ଓ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେବିକେ ଅଂଚଳରେ ଅପପୁଷ୍ଟି ମୃତ୍ୟୁକୁ ପ୍ରସଙ୍ଗ କରି ରାଜ୍ୟ ରାଜନୀତି ରେ ଚର୍ଚ୍ଚାକୁ ଆସିଥିଲେ ଭକ୍ତ । କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ରେଳ ରାଷ୍ଟ୍ରମନ୍ତ୍ରୀ ଥିବା ଭକ୍ତ ଦାସ ଏଆଇସିସି ଇନଚାର୍ଜ ଭାବେ ମଣିପୁର ,ମିଜୋରାମ ଓ ବିହାର ରେ ଦାୟୀତ୍ଵ ତୁଳାଇ ସାରିଛନ୍ତି । ତେବେ ୨୪ ନିର୍ବାଚନରେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ସହ ନରଲାରୁ ନିର୍ବାଚଳ ଲଢ଼ି ପରାଜିତ ହୋଇଥିଲେ ଭକ୍ତ।
ଦଳରେ ବରିଷ୍ଠ କନିଷ୍ଠ ସମସ୍ତଙ୍କୁ ନେଇ ଚାଲିବା ମହିଳା , ଛାତ୍ର ଓ ଯୁବ ଭଳି ଛାମୁଆ ସଙ୍ଗଠନ ସୁଦୃଢ଼ କରିବା, ଦଳୀୟ କନ୍ଦଳ ଦୂର କରିବା ଓ ତୃଣମୂଳ ସ୍ତର ରୁ କଂଗ୍ରେସ ସଙ୍ଗଠନ ସୁଦୃଢ଼ କରିବା ଭକ୍ତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।

୨୦୧୪ରେ କଂଗ୍ରେସ ୨୬ ପ୍ରତିଶତ ଭେୋଟ ପାଇଥିବା ବେଳେ ୨୦୧୯ରେ ପାଇଥିଲା ମାତ୍ର ୧୬ ପ୍ରତିଶତ ଭୋଟ । ତେବେ ୨୦୨୪ ରେ ୯ ରୁ ୯୦ର ନାରା ଦେଇ ୧୪ପେ ସୀମିତ ରହିଲା କଂଗ୍ରେସର ବିଧାନ ସଭା ଆସନ। ଭୋଟ ପ୍ରତିଶତ ବି ୨୦୧୯ ତୁଳନାରେ କମି ୧୨.୫୨ ହେଲା। ତେବେ ନିର୍ବାଚନ ବେଳେ ଟିକେଟ ବଣ୍ଟନରେ ଅନିୟମିତତା , ଦଳରେ କନ୍ଦଳ ଓ ଦୁର୍ବଳ ସଂଗଠନ ଭିତରେ ଲଗାତର କଂଗ୍ରେସ ର ଗ୍ରାଫ ତଳମୁହାଁ ହୋଇଛି। ଦୁଇ ବର୍ଷ ପରେ ପଂଚାୟତ ନିର୍ବାଚନ ଥିବା ବେଳେ ଭକ୍ତଙ୍କ ରଣନୀତି ଦଳକୁ କେତେ ସୁଦୃଢ଼ କରୁଛି ଏବେ ତାହା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can a beloved devotee of the Gandhi family make the Congress beloved of the people? | Argus News