Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୋ ଛକିରେ ଦିଲ୍ଲୀପ,ସ୍ବପ୍ନ ପୂରଣ କରିପାରିବେ ତ ସ୍ବପ୍ନା?

Sangram Tripathy
Browse all articles by Sangram Tripathy
·1 year ago·2 min read
ଦୋ ଛକିରେ ଦିଲ୍ଲୀପ,ସ୍ବପ୍ନ ପୂରଣ କରିପାରିବେ ତ ସ୍ବପ୍ନା?

ଅର୍ଗସ ବ୍ୟୁରୋ:ତାଳବରଡାର ଝାଟିମାଟି କୁଟା ଘର,ଆହା ପଦେ କହିବାକୁ ପାଖରେ କେହିଁ ନାହିଁ,ବିଧାତା ଯେମିତି ଜୀବନ ସହ ଲୁଚକାଳି ଖେଳୁଛି। ବୋଧ ହୁଏ ଦୁଃଖି ଭାଗ୍ୟରେ ଲେଖାହୋଇଛି ଦୁଃଖ । ବୟସ ୫୦ ଛୁଇଁଲାଣି ଆଖିର ଲୁହ ଓଠ ପିଉଛି।  ଅଭାବି ସଂସାରର ଦୁଃଖ ବୁଝିବାକୁ ପାଖରେ କେହି ନାହିଁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ବୟାଙ୍ଗଡିହ ପଞ୍ଚାୟତର ଗୋଠିଣା ଗାଁର ଦିବ୍ୟାଙ୍ଗ ଦିଲ୍ଲୀପ ଖୁଣ୍ଟିଆ

ପ୍ରାୟ୧୦ ବର୍ଷ ତଳେ ଦିଲ୍ଲୀପଙ୍କୁ କ୍ୟାନସର ରୋଗରେ ପିଡିତ ହୋଇଥିଲେ,ପରିସ୍ଥିତି ଏମିତି ହେଲା ଯେ ଶେଷରେ ଡାକ୍ତର ଗୋଡ଼ କାଟିବାକୁ ବାଧ୍ୟ ହେଲେ , ଆଉ ତାପରେ ଦିଲ୍ଲୀପଙ୍କ ଜୀବନରେ ମାଡି ଆସିଲା ଅନ୍ଧାର। ଅଭାବି ସଂସାରରେ ଲାଗିଗଲା ନିଆଁ,କେମିତି ଚଳିବେ ୩ କୁଟୁମ୍ଭ। ଭିନ୍ନକ୍ଷମ ବାପାର ଆଶାବାଡି ପାଲଟିଛି କୁନି ଝିଅ। ତା ଆଖିରେ ଆଖିଏ ସ୍ବପ୍ନ,ପାଠପଢିବ ବଡ ମଣିଷ ହେବ,ହେଲେ ଏ ଅଭାବ ଯେମିତି ତାଙ୍କୁ ଅଟକାଇ ଦେଉଛି।

ଗୋଟିଏ ଗୋଡରେ ଡେଇଁ ଡେଇଁ ବ୍ଲକ୍ ରୁ ଜିଲ୍ଲାପାଳଙ୍କ ଅଫିସ ଅନେକ ବାବୁଙ୍କୁ ଭେଟିଛନ୍ତି, ଦରଖାସ୍ତ ବି ଦେଇଛନ୍ତି ଦିଲ୍ଲୀପ,ସବୁ ପ୍ରତିଶ୍ରୁତି ଅସଜାଡି ଦେଇଛନ୍ତି ବାବୁମାନେ,ଆଉ କହିଛନ୍ତି ଯାଅ ତମ କାମ ହୋଇଯିବ,ବାବୁମାନଙ୍କ କଥା ଯେମିତି କେବଳ ପ୍ରତିଶ୍ରୁତି ହୋଇ ରହିଯାଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ନାଁ ଭଲ ଘରଟିଏ ଅଛି, ନା ପରିବାର ଚଳାଇବା ପାଇଁ ପାଖରେ ଟଙ୍କାଟିଏ । ଧାର କରଜ କରି ଔଷଧ ଖାଉଛନ୍ତି,ଆଉ ସାହାର୍ଯ୍ୟ ପାଇଁ କେତେ ନେହୁରା ହେଉଛନ୍ତି। ପୂର୍ବ ବିଜେଡି ସରକାର ୨୪ ବର୍ଷ ଶାସନରେ ରହିଥିଲେ ମଧ୍ୟ ଦିଲ୍ଲୀପଙ୍କୁ ଘର ଖଣ୍ଡେ ମିଳିପାରିନି,ଖାଲି ଏ ଅଫିସରୁ ସେ ଅଫିସ ଯାଇଯାଇ ଶେଷରେ ନିରାଶ ହୋଇଥିଲେ,କିନ୍ତୁ ସେହି ଅଞ୍ଚଳରେ ଥିଲା ଥିଲାକୁ ଆବାସ ମିଳିଛି ଗରିବ ହତାଶ ହୋଇଛି।

ଦିଲ୍ଲୀଙ୍କ ପତ୍ନୀ ସାରଥୀ ଖୁଣ୍ଟିଆ କିନ୍ତୁ ତାଙ୍କ ସ୍ବାମୀଙ୍କ ଅସମୟରେ ହାତି ଛାଡିନାହାନ୍ତି,ସ ବୁବେଳେ ସୁଖ-ଦୁଃଖରେ ସାଥି ହୋଇ ଛିଡା ହୋଇଛନ୍ତି। ନିର୍ବାଚନ ପରେ ନିର୍ବାଚନ ଗଲାଣି,ସରପଞ୍ଚ ପରେ ସରପଞ୍ଚ ବଦଳିଲେଣି କିନ୍ତୁ ସମସ୍ୟା ସେମିତି ଅଟକିଛି। କିନ୍ତୁ ବର୍ତ୍ତମାନର  ସରପଞ୍ଚକୁ ପଚାରିବାରୁ ସରପଞ୍ଚ କହିଛନ୍ତି ଖୁବଶୀଘ୍ର ତାକୁ ଘରଯୋଗାଇ ଦିଆଯିବ। ରାଜ୍ୟରୁ ବିଜେଡି ସରକାର ବିଦା ହୋଇଥିବାବେଳେ ଏବେ ବିଜେପି ସରକାର ଓଡ଼ିଶାରେ ଶାସନ କରୁଛି,ଯାହା ବିଜେଡି ସରକାରରେ ହେଲାଣି ତାହା ବିଜେପି ସରକାରରେ ହେବ, ଘର ଖଣ୍ଡେ ସହ ଆର୍ଥିକ କ୍ଷେତ୍ରରେ ସ୍ବବାଲମ୍ବି ହେବା ଲାଗି ସାହାର୍ଯ୍ୟ ଯୋଗାଇ ଦେବେ ସରକାର ବୋଲି ଆଶାବାନ୍ଧିବସିଛନ୍ତି ଦିଲ୍ଲୀପ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can you fulfill your dreams, can you fulfill your dreams? | Argus News