Videos
|
Odisha

କେନାଲ ବନ୍ଧ ଭାଙ୍ଗି ଗାଁରେ ପଶିଲା ପାଣି, ଏକର ଏକର ଜମି ବାଲିଚର

Sushanta Sahoo
Browse all articles by Sushanta Sahoo
·1 year ago
କେନାଲ ବନ୍ଧ ଭାଙ୍ଗି ଗାଁରେ ପଶିଲା ପାଣି, ଏକର ଏକର ଜମି ବାଲିଚର

Key Points

ଭାଙ୍ଗିଲା କେନାଲ ବନ୍ଧ

ଗାଁରେ ପଶିଲା ଜଳ, ଫସଲ ନଷ୍ଟ

ଛେଣ୍ଡିପଦା: ମୁଖ୍ୟ କେନାଲ ବନ୍ଧ ଭାଙ୍ଗିବାରୁ ଗାଁରେ ପାଣି ପଶିଥିବା ବେଳେ ଏକର ଏକର ଜମି ବାଲିଚର ହୋଇଛି । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ କର୍ଣ୍ଣପାଳ ଗାଁରେ ଭାଙ୍ଗି ଯାଇଛି ଆଉଁଳି ନଦୀର ମୁଖ୍ୟ କେନାଲ ବନ୍ଧ । ଫଳରେ ସୃଷ୍ଟି ହୋଇଛି ୨୫ ଫୁଟ୍‌ର ଘାଇ । ବନ୍ଧ ଭାଙ୍ଗିବା ପରେ କେନାଲ ପାଣି ଚାଷ ଜମିକୁ ମାଡ଼ି ଯାଇଥିବାରୁ ଫସଲ ମଧ୍ୟ ନଷ୍ଟ ହୋଇଛି ।


ତଳ ମୁଣ୍ଡରେ ଥିବା ଗାଁରେ ପାଣି ପଶିଛି । ଗାଁ ଦାଣ୍ଡରେ ଚାଲିଛି ପ୍ରାୟ ୨ଫୁଟ୍ ଉଚ୍ଚର ପାଣି । ୧୦୦ ଏକରରୁ ଅଧିକ ଧାନ ଓ ଅନ୍ୟ ଫସଲ ହୋଇଥିବା ଜମି ବାଲିଚର ହୋଇ ସାରିଲାଣି । ତେବେ ନିମ୍ନମାନର କେନାଲ ମରାମତି କରାଯାଇଥିବାରୁ ବନ୍ଧ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Canal Embankment In Chhendipada | Argus News