ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର: ପୃଥ୍ବୀରାଜ ହରିଚନ୍ଦନ

ଫସଲରେ ଅଧିକ ପରିମାଣରେ କୀଟନାଶକ ଓ ସାରର ବ୍ୟବହାର କ୍ୟାନସର୍ର କାରଣ। ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା। ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ। ବଳଭଦ୍ର ଜୈବିକ ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ।
ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖି କହିଲେ ଆଇନମନ୍ତ୍ରୀ। ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର ରଖି କହିଛନ୍ତି, ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି। ଜମିର ଗୁଣବତ୍ତା ନଷ୍ଟ ହେଉଛି ଓ କ୍ୟାନସର୍ ଭଳି ରୋଗ ବ୍ୟାପୁଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି। ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ।
