Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରକ୍ତ କର୍କଟରେ ପୀଡିତ ଦେବକୀ, ସାହାଯ୍ୟ ପାଇଁ କଲେ ଆକୁଳ ନିବେଦନ

Smruti Parija
Browse all articles by Smruti Parija
·2 years ago·1 min read
ରକ୍ତ କର୍କଟରେ ପୀଡିତ ଦେବକୀ, ସାହାଯ୍ୟ ପାଇଁ କଲେ ଆକୁଳ ନିବେଦନ

ଯାଜପୁର: ନାଁ ଦେବକୀ ମଲ୍ଲିକ । ବୟସ ମାତ୍ର 23 ବର୍ଷ । ଘର ପରିବାର ସାଙ୍ଗସାଥୀ ମେଳରେ ଜୀବନ ବେଶ ଖୁସିରେ ଚାଲିଥିଲା । ହେଲେ ହଠାତ୍ ରକ୍ତ କର୍କଟରେ ପୀଡିତ ହୁଅନ୍ତି ଦେବକୀ । ମୁଣ୍ଡ ଉପରେ ଚଡକ ପଡେ । କେମିତି ଚିକିତ୍ସା ହେବ । କେଉଁଠୁ ପଇସା ଆସିବ । ଏ ସବୁ ଚିନ୍ତାରେ ପୁରା ପରିବାର । ଭାଙ୍ଗିପଡନ୍ତି ଦେବକୀ ।

ଯାଜପୁର ଦାନଗାଡି ବ୍ଲକ ଦାନିଆବାର ଗାଁ । ଏହି ଗାଁର ସ୍ୱର୍ଗତ ସୁବାସ ମଲ୍ଲିକଙ୍କ ଝିଅ ଦେବକୀ । ବାପା ଆରପାରିକୁ ଚାଲିଯାଇଥିବାବେଳେ ବିଧବା ମା ଝିଅକୁ କେମିତି ବଞ୍ଚାଇବ ସେହି ଚିନ୍ତାରେ ଦିନ ରାତି କଟୁଛି । ସେପ୍ଟେମ୍ବର 2023 ରୁ ସେ ବ୍ଲଡ କ୍ୟାନସରରେ ଆକ୍ରାନ୍ତ । ବଡ କଷ୍ଟେ ମଷ୍ଟେ ତାଙ୍କ ଚିକିତ୍ସା ଚାଲିଛି । ଦେବକୀଙ୍କର କିଛି ସାଙ୍ଗ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଫଳରେ ଏତିକି ଚିକିତ୍ସା ହୋଇପାରିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଡାକ୍ତର କହୁଛନ୍ତି ତାଙ୍କୁ ଦିଲ୍ଲୀ ଏମ୍ସ ନେବାକୁ ପଡିବ ଚିକିତ୍ସା ପାଇଁ । ଅପରେସନ ପାଇଁ ପାଖାପାଖି 20 ରୁ 30 ଲକ୍ଷ ଟଙ୍କା ଦରକାର । ଏନେଇ ସେ ଭିଡିଓ ମାଧ୍ୟମରେ ତାଙ୍କୁ ସାହାଯ୍ୟ ପାଇଁ ଆକୁ ନିବେଦନ କରିଛନ୍ତି ।  ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଦିଆଯାଇଥିବା ଆକାଉଣ୍ଟରେ ସାହାଯ୍ୟ କରିପାରିବେ ।

Name_ Debaki Malik
Ac_ 50100469765733
IFSC_ HDFC0004705
HDFC BANK

 

ଏହାସହ ତାଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ ଦେବକୀଙ୍କ ଭାଇ ଲିପୁ ମଲ୍ଲିକଙ୍କ ସହ ସଂପର୍କ କରିପାରିବେ । ତାଙ୍କ ନମ୍ବର ହେଉଛି (7735384418 ) । ଏବଂ  Phone pe_ ନମ୍ବର ହେଉଛି ( 7735272220 ) । 

 

Sponsored
cancer-patient-debaki-mallick-appeals-to-help-for-survival | Argus News