Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟର୍ଚ୍ଚ ଲାଇଟରେ ୩ ଘଣ୍ଟା ରହିଲେ କ୍ୟାନସର ରୋଗୀ, ଭୀମସାରର ଦୃଶ୍ୟ

Smruti Parija
Browse all articles by Smruti Parija
·1 year ago·1 min read
ଟର୍ଚ୍ଚ ଲାଇଟରେ ୩ ଘଣ୍ଟା ରହିଲେ କ୍ୟାନସର ରୋଗୀ, ଭୀମସାରର ଦୃଶ୍ୟ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ଦିଆଗଲା କେମୋ ଥେରାପି । ଟର୍ଚ୍ଚ ଲାଇଟରେ ୩ ଘଣ୍ଟା ରହିଲେ କ୍ୟାନସର ରୋଗୀ । ବୁର୍ଲା ଭୀମସାର୍‌ରେ ଦେଖିବାକୁ ମିଳିଛି ଏ ସାଂଘାତିକ ଅବ୍ୟବସ୍ଥା । ବିନା ପ୍ରାକ୍ ସୂଚନାରେ ଲାଇନ କାଟିଦେଲା ବିଭାଗ । ଆଉ ଏମିତି ସ୍ଥିତି ଉପୁଜିଲା ଯେ, ମୋବାଇଲ ଟର୍ଚ୍ଚ ଲାଇଟ୍ ଜରିଆରେ କେମୋ ଥେରାପି ନେଇଛନ୍ତି ରୋଗୀ । ଆଉ ଏଇଟା ବି ଦିନ ଦି ପ୍ରହରରେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଘଟଣା ଘଟିଥିଲା ।


ପ୍ରାୟତଃ କେମୋ ନେଲା ପରେ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ । ଶରୀରରେ ଗରମ ଅନୁଭୂତ ହେବା ସହ ଜଳାପୋଡ଼ା ବି ହୁଏ । ହେଲେ ବିନା ଲାଇନରେ ରୋଗୀଙ୍କୁ ୩ ଘଣ୍ଟା ରଖାଯିବା କେତେ ଦୂର ଠିକ୍ । ଭୀମସାରରେ ଏ କି ଅବ୍ୟବସ୍ଥା । ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏ ବିଷୟରେ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cancer-patient-take-chemo-therapy-in-tourch-light-at-burla-viimsar | Argus News