Videos
|
Odisha

5କୋଟି40ଲକ୍ଷ ଟଙ୍କାର ଗଞେଇ ଗଛ ଜବତ

Rashmita Mishra
Browse all articles by Rashmita Mishra
·1 year ago
5କୋଟି40ଲକ୍ଷ ଟଙ୍କାର ଗଞେଇ ଗଛ ଜବତ

ଅର୍ଗସ ବ୍ୟୁରୋ: ଗଜପତି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ତଥା ଆର.ଉଦୟଗିରି ଏଡିପିଓ ଙ୍କ ନେତୃତ୍ୱରେ ପୋଲିସ ଅବକାରୀ ଓ ବାନବିଭାଗର ମିଳିତ ଚଢାଉ ରେ ଅଡବା ଥାନା ମାଣ୍ଡିମେରା ଅଞ୍ଚଳରେ 27ଏକର  ଜଙ୍ଗଲ ଜମିରେ ରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ଅପରେସନ କ୍ଲିନ୍ ଗ୍ରୀନ ରେ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ଧ୍ଵଂସ କରାଯାଉଥିବା ବେଳେ ଆଜି ମଧ୍ୟ ଅଡବା ଥାନା ମାଣ୍ଡିମେରା ପଞ୍ଚାୟତ ର କାଲେପଙ୍କା ଅଞ୍ଚଳରେ 27 ଏକର ଜଙ୍ଗଲ ଜମିରେ 54,000 ବେଆଇନ ଗଞ୍ଜେଇ ଗଛ ଲାଗିଥିବା ଜାଣି ତାହାକୁ କାଟି ଧ୍ଵଂସ କରିଛି ।ଯାହାର ଆନୁମାନିକ ବଜାର ମୂଲ୍ୟ 5 କୋଟି 40 ଲକ୍ଷ୍ୟ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cannabis plants worth Rs 5.4 crore seized | Argus News