Videos
|
Odisha

Air Pollution / ରାଜଧାନୀରେ ୩୭୦ ପାର କଲା AQI

Rashmita Mishra
Browse all articles by Rashmita Mishra
·8 months ago·2 min read
ରାଜଧାନୀରେ ୩୭୦ ପାର କଲା AQI
Air Pollution

Key Points

ରାଜଧାନୀ ବାୟୁରେ ବିଷ…
ଆଜି ୩୭୦ ପାର କରିଛି ଭୁବନେଶ୍ବର AQI ।
ସଚେତନନ ହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବେ ରାଜଧାନୀବାସୀ । 
ରାଜଧାନୀ ବାୟୁରେ ବିଷ । କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା । ୩୭୦ ପାର କଲା ରାଜଧାନୀର AIR QUALITY INDEX । ଦିଲ୍ଲୀ ପରି ଭୁବନେଶ୍ୱରର ହେବନି ତ ପରିସ୍ଥିତି । ସଚେତନ ନ ହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ ।

ଗୁରବାର ୩୭୦ ପାର କରିଛି ରାଜଧାନୀର AQI ।କଳିଙ୍ଗ ହସ୍ପିଟାଲ ପାଖରେ ସର୍ବାଧିକ ୩୭୭ ପାର । ସଚେତନ ନ ହେଲେ ପ୍ରଦୂଷଣରେ ଅଣନିଶ୍ଵାସୀ ହେବ ରାଜଧାନୀ । ଶୀତ ଦିନରେ ହେଉଥିବା ପ୍ରଦ୍ୟୁଷଣ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନର AQI ବଢାଇଛି ଚିନ୍ତା । DAV ୟୁନିଟ ୮ରେ AQI ସ୍ତର ୩୫୭ ଥିବା ବେଳେ ମଞ୍ଚେଶ୍ୱରରେ AQI ୩୨୯ ରହିଛି । ସେମିତି ମାଷ୍ଟର କ୍ୟାଣ୍ଟିନରେ ୩୫୧, ରମାଦେବୀ କଲେଜ ପାଖରେ ୩୬୦, ଇମ୍ଫୋସିଟିରେ ୩୪୬, କିଟ୍‌ ୩୫୪ ଲିଙ୍ଗରାଜ ମନ୍ଦିର ପାଖରେ ୩୪୮, କଳିଙ୍ଗ ହସ୍ପିଟାଲ ପାଖରେ ସର୍ବାଧିକ ୩୭୭ ରହିଛି ।

ଏଥିସହ ପଢ଼ନ୍ତି: ଇଂରାଜୀ ନବବର୍ଷ ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
 
ରାଜଧାନୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହୋଇନି । ଏପଟେ ଲୋକ ସଚେତନ ହେଉନାହାନ୍ତି । ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ପ୍ରତିଷ୍ଠାନ, ଦୃତ ସହରୀକରଣ ଏବଂ ବେଲଗାମ ଚାଲିଥିବା ନିର୍ମାଣ କାମ ଦ୍ଵାରା ବଢୁଛି ପ୍ରଦୂଷଣ । ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ଦୀର୍ଘ ସ୍ଥାୟୀ ଯୋଜନାର ଆବଶ୍ୟକତା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଚେତନ ନହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ । ଆଗକୁ ଭୁବନେଶ୍ଵର ସ୍ଥିତି ଦିଲ୍ଲୀ ପରି ହୋଇଯିବ ବୋଲି ଆକଳନ କରିଛନ୍ତି ପରିବେଶବିତ୍ ।
ସେପଟେ ଦିଲ୍ଲୀରେ ଦିନକୁ ଦିନ ବିଗିଡ଼ିବାରେ ଲାଗୁଛି ସ୍ଥିତି । ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାରଠାରୁ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରଦୂଷଣ ସ୍ତର ଏବଂ ରାସ୍ତାରେ ଯାନବାହାନ ସଂଖ୍ୟା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକୁ ଭାରୀ ଜରିମାନା ଦେବାକୁ ପଡିବ ।
GRAP-3 ନିୟମ ଅନୁଯାୟୀ ଲାଗୁ ହୋଇଥିବା ନିର୍ମାଣ ନିଷେଧ ଦ୍ୱାରା ପ୍ରଭାବିତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୧୦ ହଜାର ଟଙ୍କ କ୍ଷତିପୂରଣ ପ୍ରଦାନ କରିବେ ।