ନୂଆ ଭୁବନେଶ୍ଵର ପାଇଁ ସିଙ୍ଗାପୁର ସହ ଏମ୍ଓୟୁ, ମୁଖ୍ୟମନ୍ତ୍ରୀଙ୍କ ରିଭ୍ୟୁ ପରେ ଆଗେଇବ ମେଟ୍ରୋ କାମ

Key Points
ବଢ଼ିବ ଭୁବନେଶ୍ଵରର କଳେବର
ତିଆରି ହେବ ନୂଆ ଭୁବନେଶ୍ଵର
ସମସ୍ତ ମହାନଗର ନିଗମର ସମ୍ପ୍ରସାରଣ କରାଯିବ
ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ଵିତ ହେବ
ଭୁବନେଶ୍ଵର: ବଢ଼ିବ ରାଜଧାନୀ ଭୁବନେଶ୍ଵରର କଳେବର । ସହର ବଢ଼ିବା ସହ ବଢ଼ିବ ସୁବିଧା ସୁଯୋଗ । ତିଆରି ହେବ ନୂଆ ଭୁବନେଶ୍ଵର । ଏଥିପାଇଁ ନୂଆ ମଡେଲ ତିଆରି କରାଯିବ । କେବଳ ଭୁବନେଶ୍ଵର ନୁହେଁ ରାଜ୍ୟରେ ଥିବା ସମସ୍ତ ମହାନଗର ନିଗମର ସମ୍ପ୍ରସାରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରା ।
ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଆସିଥିବା ବେଳେ ଓଡ଼ିଶା ସରକାରଙ୍କ ସହ ଏମ୍ଓୟୁ ହୋଇଛି । ଭୁବନେଶ୍ଵର ସହ ରାଜ୍ୟର ଅନ୍ୟ ମହାନଗର ନିଗମର ସମ୍ପ୍ରସାରଣ କରାଯିବ । ଏହାଦ୍ଵାରା ଟ୍ରାଫିକ୍ ସମସ୍ୟା ହ୍ରାସ ହେବା ସହ ଘର ଦର ମଧ୍ୟ କମିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
📱 Get Argus News App
✨ସହରର ଆକାର ବଢ଼ିଲେ ଲୋକଙ୍କୁ ଅଧିକରୁ ଅଧିକ ସୁବିଧା ସୁଯୋଗ ମିଳିବ । ଲୋକଙ୍କ ବଞ୍ଚିବାର ଶୈଳୀ ମଧ୍ୟ ବଦଳିବ ବୋଲି କହିଛନ୍ତି ମନ୍ତ୍ରୀ । ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିବା ସହ ସହର ବଢ଼ିଲେ ଲୋକ ସବୁ ଜିନିଷ କମ ଦାମରେ ପାଇବେ । ଏ ସୁବିଧା ମୋହନ ମାଝୀ ସରକାର କରିବାକୁ ଯାଉଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ଏଥିସହ ମେଟ୍ରୋ କାମ ଉପରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ, ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ଵିତ ହେବ । ମେଟ୍ରୋ ଟ୍ରେନ୍ କାମ ଆଗେଇ ଚାଲିବ ।