Crime rate incresed / ରାଜଧାନୀରେ ଉପର ମୁହାଁ ଅପରାଧ, ଟେନସନରେ କମିସନରେଟ ପୋଲିସ
·5 months ago·2 min read

Key Points
ରାଜଧାନୀରେ ଉପର ମୁହାଁ ଅପରାଧ
ଟେନସନରେ କମିସନରେଟ ପୋଲିସ
କାମ ଦେଉନି ପୋଲିସ ଗୁଇନ୍ଦା
ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଅପରାଧୀ
କମିସନରେଟ ପୋଲିସର ମୁଣ୍ଡ ବ୍ୟଥା ବଢାଉଛି ସାଇବର ଅପରାଧ

ଭୁବନେଶ୍ବର: ରାଜଧାନୀରେ ଉପର ମୁହାଁ ଅପରାଧ । ରାଜଧାନୀରେ ବେଧଡ଼କ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଦୁର୍ବୃତ୍ତ ଘଟାଇଛନ୍ତି ଆତଙ୍କ ରାଜ । ରାତି ଅଧରେ ପେଟ୍ରୋଲ ଢାଳି କାରରେ ଲଗାଇ ଦେଇଥିଲେ ନିଆଁ । ଦେଖନ୍ତୁ ଏହି ସିସିଭି ଭିଜୁଆଲକୁ । ରାତି 3.46 ମିନିଟ...ଜଣେ ଦୁର୍ବୃତ୍ତ ହାତରେ ତେଲ ବୋତଲ ଧରି ଆସୁଛି । କାରରେ ନିଆଁ ଲଗାଇ ହୋଇ ଯାଉଛି ଫେରାର । ଜଳି ପୋଡି ପାଉଁଶ ହୋଇଛି କାର । ଏହାସହ ଗୋଟିଏ ଟାଟା ଏସି ଓ ଗୋଟିଏ ଅଟୋ ମଧ୍ୟ ପୋଡି ଯାଇଛି । ଘଟଣା ସ୍ଥଳରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଗାଡି ମାଲିକଙ୍କ ବୟାନ ରେକର୍ଡ କରିଛି ପୋଲିସ । ରାଜଧାନୀରେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଆସନ୍ତୁ ନଜର ପକାଇବା 2026 ବର୍ଷ ଆରମ୍ଭ ରୁ ଏପର୍ଯ୍ୟନ୍ତ ଘଟିଥିବା କିଛି ଚର୍ଚିତ ଘଟଣା ଉପରେ | ଜାନୁଆରୀ 1 ତାରିଖ | ନୟାପଲି ନୁଆସାହି ଅଞ୍ଚଳରେ ତ୍ରିକୋଣୀୟ ପ୍ରେମ ପାଇଁ ଯୋଗେନ୍ଦ୍ର ଦାସ ଓରଫ ବବୁଲୁ ଙ୍କୁ ଘର ସାମ୍ନା ରେ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ | ଜାନୁଆରୀ 10 ତାରିଖ | ଲକ୍ଷ୍ମୀସାଗର ଅଞ୍ଚଳରେ ହତ୍ୟା ଅଭିଯୁକ୍ତ ମାନେ ଖଣ୍ଡାରେ କେକ୍ କାଟି ଜନ୍ମ ଦିନ ପାଳିଥିଲେ | ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କିଛି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ପୋଲିସ | ଜାନୁଆରୀ 17 ତାରିଖ | କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତର ଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରି ଲହୁ ଲୁହାଣ କରିଥିଲେ | ଯାହାକୁ ନେଇ ଧାରଣା ରେ ବସିଥିଲେ ଜୁନିୟର ଡାକ୍ତର ସଙ୍ଘ | ଜାନୁଆରୀ 21 ତାରିଖ | କ୍ୟାପିଟାଲ ହସ୍ପିଟାଲ ଛକରେ ବୁଲେଟ ଚାଳକଙ୍କୁ ଥର ଗାଡି ଧକା ଦେଇଥିଲା | ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଥିଲେ | ଜାନୁଆରି 23 ତାରିଖ | ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଗାଡି ହେଡ଼ ଲାଇଟ ମରାକୁ କେନ୍ଦ୍ର କରି ଘଟିଥିଲା ଗୋଷ୍ଟି ସଂଘର୍ଷ | ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁ ଲୁହାଣ କରି ପକାଇଥିଲେ | ଜାନୁଆରୀ 27 ତାରିଖରେ ସୁନ୍ଦରପଦା ଆଜାଦ କଲୋନୀ ଅଞ୍ଚଳରେ ବୋମା ଭିଡୁଥିବା ବେଳେ ବିସ୍ପୋରଣ ଘଟିଥିଲା | କୁଖ୍ୟାତ ଅପରାଧୀ ମଫି ସମେତ 4 ଜଣ ଗୁରୁତର ଆହତ ହୋଇଥିଲେ | ଘଟଣାର NIA ଖୋଳତାଡ଼ କରିଥିଲା | ଫେବୃଆରୀ 9 ତାରିଖ | ତ୍ରିକୋଣୀୟ ପ୍ରେମ ପାଇଁ ପ୍ରେମିକା ସାମ୍ନା ରେ ଦ୍ୱିତୀୟ ପ୍ରେମିକ କୁ ଛୁରୀ ଭୁସି ହତ୍ୟା କରିଥିଲା ପ୍ରଥମ ପ୍ରେମିକ |
ରାଜଧାନୀରେ ଅପରାଧ ବୃଦ୍ଧିକୁ ନେଇ ବଢ଼ିଛି ରାଜଧାନୀବାସୀଙ୍କ ଚିନ୍ତା । ପାଟ୍ରୋଲିଂ ବ୍ୟବସ୍ଥା କୁ କଡା କଡି କରିବା ସହ ଅପରାଧୀଙ୍କ ଗତି ଵିଧି ଉପରେ କମିଶନରେଟ ପୋଲିସ କଡ଼ା ନଜର ରଖିବାକୁ ଦାବି କରିଛନ୍ତି ଲୋକେ।
ଏଥିସହ ପଢ଼ନ୍ତୁ: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ପ୍ରେମିକର ପ୍ରେମିକାକୁ ହତ୍ୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories