Ring Road / କଟକ-ଭୁବନେଶ୍ବରରୁ କମିବ ଭିଡ଼, ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ
·5 months ago·2 min read

Key Points
କଟକ-ଭୁବନେଶ୍ବରରୁ କମିବ ଭିଡ଼
ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼
ଖୋର୍ଦ୍ଧା ରାମେଶ୍ୱରରୁ ବିଲିପଡା ପର୍ଯ୍ୟନ୍ତ ଯିବ
୮ହଜାର ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ

ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ। ଖୋର୍ଦ୍ଧା ରାମେଶ୍ୱରରୁ ଏହି ରାସ୍ତା ବାହାରି ବିଲିପଡା ପର୍ଯ୍ୟନ୍ତ ଯିବ। ଫଳରେ ଟ୍ଵିନ ସିଟିରୁ କମିବ ଭିଡ଼। ଖୋର୍ଦ୍ଧାବାସୀ ବି ହେବେ ଉପକୃତ। ବର୍ତ୍ତମାନ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ମଞ୍ଜୁରୀ ମିଳିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏନଏଚଏଆଇ ସିଜିଏମ ବୀରେନ୍ଦ୍ର ସିଂହ। ସେ କହିଛନ୍ତି, ୧୧୧ କିଲୋମିଟର ଏହି ରାସ୍ତା ତିନୋଟି ପର୍ଯ୍ୟାୟରେ କାମ ହେବ। ଏଥିପାଇଁ ମୋଟ ୮ହଜାର ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଅଢେଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଟ୍ରାଫିକ ଭିଡ଼ ହ୍ରାସ କରିବାରେ ଏହି ପ୍ରକଳ୍ପ ବେଶ ସହାୟକ ହେବ। ବିଶେଷ କରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ରାସ୍ତାରୁ ଭିଡ଼ ହ୍ରାସ ପାଇବ।
୧୧୧ କିଲୋମିଟର ଏହି ରାସ୍ତା ତିନୋଟି ପର୍ଯ୍ୟାୟରେ କାମ ହେବ । ଏଥିପାଇଁ ମୋଟ ୮ହଜାର ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଅଢେଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଟ୍ରାଫିକ ଭିଡ଼ ହ୍ରାସ କରିବାରେ ଏହି ପ୍ରକଳ୍ପ ବେଶ ସହାୟକ ହେବ । ବିଶେଷକରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ରାସ୍ତାରୁ ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପକୁ ନେଇ ପରିବେଶ ସମେତ ଅନ୍ୟାନ୍ୟ ମଞ୍ଜୁରୀ ମିଳିସାରିଛି । ଏହାର ବିଡ୍ ଦାଖଲ କରିବାର ଆଜି ଶେଷ ତାରିଖ ଥିଲା । ଏହାକୁ ୩ଟି ପ୍ୟାକେଜରେ କରିବାକୁ ଥିବାବେଳେ ପ୍ରତି ପ୍ୟାକେଜ ପାଇଁ ୧୫ଟି ଲେଖାଏଁ ବିଡ୍ ଗ୍ରହଣ କରାଯାଇଛି । ଆଗାମୀ ଦେଢ଼ ମାସ ଭିତରେ କାମ ଆବଣ୍ଟିତ କରାଯିବ।
ଏହା ହେଉଛି ଆକ୍ସେସ କଣ୍ଟ୍ରୋଲ ଗ୍ରୀନ ଫିଲଡ଼ ପ୍ରକଳ୍ପ । ଏଥିରେ ସୀମିତ ସଂଖ୍ୟାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥା ରହିବ । ଅର୍ଥାତ ଗୋଟିଏ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନକୁ ମିଶାଇ ମୋଟ ୮ଟି ସ୍ଥାନରେ ପଥଚାରୀମାନେ ପ୍ରବେଶ ପ୍ରସ୍ଥାନ କରିପାରିବେ । ଏହାଦ୍ୱାରା ଅଯଥା ଟ୍ରାଫିକ ଭିଡ଼ ସୃଷ୍ଟି ହେବ ନାହିଁ । ଲୋକମାନେ କମ ସମୟରେ ଓ ବିନା ଭିଡରେ କେମିତି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ, ତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆପଣାଯାଇଛି ।
ଏହି ରାସ୍ତାରେ ହାତୀ ଚଳାଚଳ କରିବା ପାଇଁ ୭ମିଟିର ଉଚ୍ଚତା ବିଶିଷ୍ଟ ଭୂତଳ ରାସ୍ତା ନିର୍ମାଣ କରାଯିବ । ଠିକାସଂସ୍ଥା ଦୁଇରୁ ଅଢ଼େଇ ବର୍ଷ ଭିତରେ ପ୍ରକଳ୍ପ ସାରିବ । ଏହାପରେ ୧୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ । ଏଥିରେ ୧୨୫ ଅଣ୍ଡାରପାସ, ୩୦୦ କଲଭର୍ଟ ନିର୍ମାଣ କରାଯିବ । ୪ଟି ସ୍ଥାନରେ ପେଟ୍ରୋଲ ପମ୍ପ, ଢ଼ାବା, ଗାଡି ମରାମତି ଦୋକାନ ଆଦିର ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ପାଇଁ ମୋଟ ୬୬୦ ଏକର ଜମିର ଆବଶ୍ୟକତା ରହିଛି । ୨୨୦ ଏକର ଜମି ସରକାର ଓ ସରକାରୀ ସଂସ୍ଥା ଅଧୀନରେ ରହିଛି । ବାକି ୪୪୦ ଏକର ସାଧାରଣ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଛି । ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରାଯିବା ନେଇ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories