Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାର ଦୁର୍ଘଟଣା: ୨ ମୃତ ୨ ଆହାତ

Rashmita Mishra
Browse all articles by Rashmita Mishra
·1 year ago
କାର ଦୁର୍ଘଟଣା: ୨ ମୃତ ୨ ଆହାତ

ଅର୍ଗସ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଏକ କାର କୋଣାର୍କରୁ ନିମାପଡ଼ା ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କାର ଭିତରକୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଚିକିତ୍ସା ଚାଲିଛି । ମୃତକ ଦୁଇ ଜଣ ହେଲେ ନିମାପଡ଼ା ଗୁହାଳପଡ଼ାର ସନ୍ଦୀପ ମହାପାତ୍ର ଓ ଜଳେଶ୍ୱରର ସନାତନ ସେନାପତି । ଆଜି ସନ୍ଦୀପ ଓ ସନାତନ LAW ପରୀକ୍ଷା ଦେଇଥାନ୍ତେ । ଦେଇପାରିଲେନି ପରୀକ୍ଷା, ଚାଲିଗଲା ଜୀବନ । ନିମାପଡ଼ା ରାସ୍ତାର ଜୁଣେଇ ଶଙ୍ଖ ଛକ ନିକଟରେ ଅଘଟଣ ଘଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car accident: 2 dead, 2 injured | Argus News