ନୟାଗଡ଼ରେ ଚେତା ବୁଡିଯାଉଥିଲା, ନିମାପଡ଼ାରେ ପାରିବେ ତ ?

Key Points
ନିମାପଡ଼ାରେ ଗଡ଼ ଭାଙ୍ଗିଲା, ବିଜେଡି ଚିତପଟାଙ୍ଗ ମାରିଲା
ପ୍ରଭାତୀ ଜିତିଲେ, ରାଇଜର ପ୍ରଥମ ଉପ-ମୁଖ୍ୟମନ୍ତ୍ରୀ ହେଲେ
ଭାଙ୍ଗିପଡିଥିବା ଶଙ୍ଖକୁ ସଜ୍ଜାଡିବାକୁ ଏବେ ଅରୁଣଙ୍କୁ ମିଳିଛି ଦାୟିତ୍ୱ
ପ୍ରଭାତୀ, ଆଶ୍ରିତ, ପ୍ରଶାନ୍ତଙ୍କ ଏରିୟାରେ ତିଆରି କରିବେ ଷ୍ଟ୍ରାଟେଜି
ନୟାଗଡ଼ରେ ଚେତା ବୁଡିଯାଉଥିଲା, ନିମାପଡ଼ାରେ ସେନ୍ସ ରହିବ ତ ?
ବ୍ୟୁରୋ ରିପୋର୍ଟ: ଇମାରତ ଭାଙ୍ଗିଗଲା । ଶାସନ ଚାଲିଗଲା । ହଠାତ୍ 25 ବର୍ଷର କ୍ଷମତା ଯିବାପରେ ସଂଗରୋଧରେ ରହିଲା ଦଳ । ନିସଙ୍ଗ ଜୀବନ ବିତାଇଲେ ନେତାଏ । ସବୁ ଜାଣିବି ଅର୍ଦ୍ଧାଧିକ ରୋଗର କାରଣ ଜଣାଇବାକୁ ସାହାସ କଲେନାହିଁ । ସାତମାସ ପରେ ଦୁର୍ଗ ସଜ୍ଜାଡିବାକୁ ସୁପ୍ରିମୋ କିଛି ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ପରାଜୟର କାରଣ ଖୋଜି ବିଜୟ ଦ୍ୱାରର ସନ୍ଧାନ କରିବାକୁ ପଠାଇଛନ୍ତି । ଏହି କ୍ରମରେ ନୟାଗଡ଼ର ବିଧାୟକ ଅରୁଣ ସାହୁଙ୍କୁ ମିଳିଛି ନିମାପଡ଼ା, ପିପିଲି, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ । ତିନୋଟି ଯାକ ନିର୍ବାଚନ ମଣ୍ଡଳୀକୁ ବିଜେଡି ନିଜ ଗଡ଼ ଭାବେ କହି ବୁଲୁଥିଲା ।
କିନ୍ତୁ ଗତ ନିର୍ବାଚନରେ ସବୁ ଘମଣ୍ଡ ମାଟିରେ ମିଶିଗଲା । ନିମାପଡ଼ାରେ ପଦ୍ମ ଫୁଟାଇ ପ୍ରଭାତୀ ବିଜୟୀ ହେଲେ, ପିପିଲିରେ ଆଶ୍ରିତ ଆଉ ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବ । ଆଉ ଏବେ ଅରୁଣ ଏହି ସବୁ ସ୍ଥାନରେ ଶଙ୍ଖର ଭିତିରି କଥା ବୁଝିବେ । ପରାଜିତ ପ୍ରାର୍ଥୀଙ୍କ ସହ ୱାନ ଟୁ ୱାନ୍ କରି କାରଣ ଖୋଜିବେ । ନିରାକରଣର ଟିପ୍ସ ବି ଦେବେ ।
ତେବେ ଇଲେକ୍ସନ ବେଳେ କେମିତି ଚେତା ବୁଡିଯାଉଥିଲା କେଇଦିନ ତଳେ ରାୟଗଡାର ନିଜେ କହିଥିଲେ ଅରୁଣ । ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଲୋକେ ଫୁଲ ଚନ୍ଦନ ଦେଇ ପୂଜା କରୁଥିଲେ । ଯାହା ଫଳରେ ଅରୁଣଙ୍କ ହେଂସା ରହୁନଥିଲା । ହାରୁ ହାରୁ ଜିତି ଯାଇଥିଲେ । ତେବେ ବର୍ତମାନ ନିମାପଡା, ପିପିଲି, ଖୋର୍ଦ୍ଧାରେ ପାରିବେ ତ ଅରୁଣ । ନିମାପଡ଼ା ବିଧାୟିକା ରାଜ୍ୟର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ।
📱 Get Argus News App
✨ସରକାର ଆସିବା ପରେ ସୁଭଦ୍ରା ଅର୍ଥରାଶି ଦେଇ ଏବେ ବେଶ୍ ଚର୍ଚ୍ଚାରେ । ସେପଟେ ନିର୍ବାଚନ ମଣ୍ଡଳୀରେ ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ ସାଙ୍ଗଠନିକ ବୈଠକ ଜାରି ରଖିଛନ୍ତି । ବିଜେଡି ଗଡ଼ରେ ପଦ୍ମ ଫୁଟାଇଥିବା ପ୍ରଭାତୀଙ୍କ ଆଗରେ ଅରୁଣଙ୍କ ଷ୍ଟ୍ରାଟେଜୀ କାମ କରିବ ତ ? ସେଥିପାଇଁ ଲୋକେ କହୁଛନ୍ତି ନୟାଗଡ଼ରେ ଚେତା ବୁଡିଯାଉଥିଲା, ନିମାପଡ଼ାରେ ପାରିବେ ତ ?