ଗଛରେ ପିଟିହେଲା କାର୍ , ୩ ମୃତ
·1 year ago

Key Points
କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର ସୂଚନା
ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛକୁ ପିଟିଲା କାର
କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବୈପାରୀଗୁଡା ଥାନା ଅନ୍ତର୍ଗତ 326 ନମ୍ୱର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛକୁ ପିଟିଲା କାର । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l
ନୟାଗଡ଼ର ସୁଧୀପ୍ତ କୁମାର ସିଂ ସାମନ୍ତଙ୍କ ପରିବାର ଲୋକେ ନୟାଗଡ଼ ଠାରୁ ମାଲକାନଗିରି ଯାଉଥିବା ବେଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୌଡ଼ଗୁଡା ଛକରେ ଗଛ ଧକ୍କା ହୋଇ ଦୁର୍ଘଟଣା ଘଟିଛି l ଖରା ଛୁଟି ପାଇଁ ସୁଧୀପ୍ତ କୁମାରଙ୍କ ଭାଇ ଘର ମାଲକାନଗିରି ଯାଉଥିଲେ ପରିବାର ଲୋକେ l ଗାଡି ଚାଳକ ସୁଧୀପ୍ତ କୁମାର ସିଂ ସାମନ୍ତଙ୍କ ଆଖି ଲାଗିଯିବା ଫଳରେ ଘଟିଛି ଦୁର୍ଘଟଣା l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: