Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରଯାତ୍ରୀ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

Odisha

ବରଯାତ୍ରୀ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବରଯାତ୍ରୀ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

ଲାଞ୍ଜିଗଡ଼: ଭୋର୍ ସମୟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚିଲିଗୁଡ଼ା ଗାଁ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୨୬ରେ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି । ବରଯାତ୍ରୀ ଗାଡ଼ି ଓଲଟିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।


ମୃତ ଡ୍ରାଇଭର ଜୁନାଗଡ଼ ଥାନା ବରଗାଁର ଭଜନ । ଗୁରୁତରମାନେ ହେଲେ ସେହି ଗାଁର ସୁବାସ ଖମାରୀ, ବବଲୁ ହରିଜନ, ସୁମନ୍ତ କର, ଧର୍ମରାଜ କର, ଅରୂପ ଖମାରୀ ଏବଂ ତୋଫାନ ସୁନାନୀ । ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ କୋକସରା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତି କରିଥିଲା ।


ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରା ଯାଇଛି । ଛତିଶଗଡ଼ କେରେଣ୍ଡୁଳକୁ ବରଯାତ୍ରୀ ଯାଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car Over Turns In Kokasara, One Death | Argus News