କାନ୍ଥରେ ପିଟିହେଲା କାର: ୪ ମୃତ
·2 years ago

ଅର୍ଗସ ବ୍ୟୁରୋ: ବିବାହ ଯାତ୍ରା ହେଲା ଶେଷ ଯାତ୍ରା। ଭୋଜି ଖାଇ ଫେରୁଥିବାବେଳେ ଘଟିଲା ଦୁର୍ଘଟଣା। ଆଉ ଚାଲିଗଲା ୪ଜଣଙ୍କ ଜୀବନ। ଆଠଗଡ଼ ତିଗିରିଆ ଥାନା ଗଦାଧରପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
ବିଳମ୍ବିତ ରାତିରେ ଭୋଜି ଖାଇ ଫେରୁଥିଲେ। ଘନ କୁହୁଡି ଯୋଗୁ କାର ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହୋଇଯାଇଥିଲା। ତେବେ ଏଯାଏ ମୃତକଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତଙ୍କ ଘର ବଡ଼ମ୍ବା ଓ ବାଙ୍କୀ ବୋଲି ଜଣାପଡ଼ିଛି। ଏମାନେ ୪ଜଣ ସାଙ୍ଗ ବୋଲି ପ୍ରାଥମିକ ତଦନ୍ତର ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
