Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Wedding News / ରାସ୍ତାରୋକରେ ଫସିଯାଇଛି ବର ଗାଡି: ବାହା ହେବାକୁ ଗଲେ ଚାଲି ଚାଲି

Rashmita Mishra
Browse all articles by Rashmita Mishra
·5 months ago·2 min read
ରାସ୍ତାରୋକରେ ଫସିଯାଇଛି ବର ଗାଡି: ବାହା ହେବାକୁ ଗଲେ ଚାଲି ଚାଲି
Wedding News

Key Points

ରାସ୍ତାରୋକରେ ଫସିଲା ବର ଗାଡି ।
ବାଧ୍ୟ ହୋଇ ଚାଲି ଚାଲି ବାହା ହେବାକୁ ଗଲେ ବର । 
ରାସ୍ତାରୋକ ଯୋଗୁଁ ହନ୍ତସନ୍ତ ସାଧାରଣ ଜନତା । 
ସମଗ୍ର ରାଜ୍ୟରେ ଧର୍ମଘଟର ପ୍ରଭାବ ପଡିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବି ରାସ୍ତାଘାଟ ଶୂନଶାନ ହୋଇପଡିଛି । ବିଶେଷ କରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ବାହାର ରାଜ୍ୟର ଟ୍ରକଗୁଡିକୁ ଅଟକାଇ ଦିଆଯାଇଛି । ଭୁବନେଶ୍ୱରର ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରାସ୍ତାରେ ଗାଡି ଚଳାଚଳ କରୁନଥିବାବେଳେ ବିଭିନ୍ନ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଭୁବନେଶ୍ୱରରେ ଆଜି ଜଣେ ବର ବିବାହ ପାଇଁ ଯାଉଥିବାବେଳେ ତାଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ ।

ସୂଚନାନୁଯାୟୀ ରାସ୍ତାରୋକରେ ଫସିଯାଇଛି ବର ଗାଡି । ବାଧ୍ୟ ହୋଇ ଚାଲି ଚାଲି ବାହା ହେବାକୁ ଗଲେ ବର । ଆନ୍ଦୋଳନକାରୀଙ୍କ ରାସ୍ତାରୋକ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ସାଧାରଣ ଜନତା । ଏହି ଭିଡ ଭିତରେ ଜଣେ ବର ଗାଡିରେ ଯାଇ ନପାରି ଶେଷରେ ଚାଲି ଚାଲି ବିବାହ ମଣ୍ଡପ ଅଭିମୁଖେ ବାହାରିଥିବା ଦେଖାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜୟଦେବ ବିହାର ଓଭରବ୍ରିଜ ଉପରେ ।

୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛନ୍ତି ୧୦ରୁ ଅଧିକ ସଂଗଠନ । ଏହାକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ କେନ୍ଦ୍ର, ସରକାରୀ ଅଫିସ ଖୋଲା ରହିଥିବା ବେଳେ ଜଳଯୋଗାଣ, ବିଦ୍ୟୁତ୍‌ ସେବା ଜାରି ରହିଛି । ନୂଆ ଭାବେ ଲାଗୁ ହୋଇଥିବା ଚାରିଟି ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ଟ୍ରେଡ ୟୁନିଅନ ସମୂହ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛି ଶ୍ରମିକ ସଂଗଠନ । ବନ୍ଦ ଡାକରାର ପ୍ରଭାବ ଗାଡ଼ି ଚଳାଚଳ ଉପରେ ପଡ଼ିଛି । ଓଡ଼ିଶାର କେତେକ ସ୍ଥାନରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି । ସେହିପରି ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଛି ।

ସରକାରୀ ଅଫିସ, ମେଡିକାଲ, ଆମ୍ବୁଲାନ୍ସ ସେବା, ସମ୍ବାଦ ସରବରାହ, ଫାୟାର ବ୍ରିଗେଡ୍ ସେଵା ଓ ଜଳଯୋଗାଣ, ବିଦ୍ୟୁତ ସେବା ଜାରି ରହିବ । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଆଜି ଏହି ବନ୍ଦ ଡାକରା ଦେଇଛନ୍ତି ବୋଲି କହିଛନ୍ତି ଶ୍ରମିକ ସଂଗଠନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wedding News | Groom’s Car Stuck in Road Block, Walks to Wedding Venue | Argus News