କ୍ୟାରିୟର କାଉନସିଲ୍ କାଉନସିଲ୍ ' ମୁଁ ବି ସମର୍ଥ ' କାର୍ଯକ୍ରମ ଆୟୋଜିତ

ଅର୍ଗସ ବ୍ୟୁରୋ: ଜୟପୁର କୁନ୍ଦ୍ରା ଡିଗ୍ରୀ ମହାବିଦ୍ୟାଳୟରେ ମୁଁ ବି ସମର୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥି ମାନେ ମାର୍କ ପ୍ରତି ଚାପରେ ନରହି ନିରନ୍ତର ପ୍ରୟାସ ଜାରି ରଖିଲେ ଅନେକ ସୁଯୋଗ ପାଇପାରନ୍ତି । କ୍ୟାରିୟର ପାଇଁ ମିଳିପାରିବ ବୋଲି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ର ନିର୍ଦେଶକ ଡକ୍ଟର ଅଜିତ୍ କୁମାର ଶାସନି ମତବ୍ୟକ୍ତ କରିଛନ୍ତି l ଆଜି କୂନ୍ଦ୍ରା ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ କ୍ୟାରିୟର କାଉନସିଲ୍ କାଉନସିଲ୍ ' ମୁଁ ବି ସମର୍ଥ ' କାର୍ଯକ୍ରମ ରେ ଯୋଗ ଦେଇ ଫୁଲ ଚାଷ,ମହୁ ଚାଷ, ସୁଗନ୍ଧି ଫସଲ ଭଳି ଅନେକ କ୍ଷେତ୍ରରେ ଉଦ୍ୟୋଗ ବିକାଶ ପାଇଁ ଭରପୁର ସୁଯୋଗ ରହିଥିବାର ଡକ୍ଟର ଶାସନୀ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ।
ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ସଂସ୍କୃତି ଗବେଷକ ଡକ୍ଟର ରାଜେନ୍ଦ୍ର ପାଢ଼ୀ ଯୋଗଦେଇ ଅନେକ ଧନ୍ଧାମୂଳକ ତାଲିମ୍ କାର୍ଯ୍ୟକ୍ରମ ଗୁଡ଼ିକ ଚାଲୁ ରହିଛି ତେଣୁ ଛାତ୍ର ଓ ଛାତ୍ରୀ ମାନେ ସେ ଗୁଡ଼ିକ ର ଶିକ୍ଷା ଲାଭ କରି ପାରିଲେ ନିଜର ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇ ପାରିବେ । ଉମର କୋଟ ର କୃଷି ଉଦ୍ୟୋଗୀ ସୁଜିତ୍ କୁମାର ଦାସ ଅଭାଶୀ ମାଧ୍ୟମ ରେ ଯୋଗ ଦେଇ ମାଛ ଜାଆଁଳା ଉତ୍ପାଦନ, ବୈଜ୍ଞାନିକ କୌଶଳ ଓ ବଜାରରେ ଚାହିଦା ଥିବା ପନିପରିବା ଚାଷ କଲେ ଆଧିକ ରୁ ଅଧିକ ଲାଭମିଳିପାରୁଥିବା ବେଳେ ଅନ୍ୟକୁ ସୁଯୋଗ ମିଳିପାରିବ ବୋଲି ସେ ନିଜର ଫାର୍ମ ରୁ ଭିଡିଓ ଚିତ୍ର ମାଧ୍ୟମ ରେ ବୁଝାଇ ଥିଲେ ।
ମହାବିଦ୍ୟାଳୟ ର ଅଧ୍ୟାପକ ସୁଶାନ୍ତ କୁମାର ବେହେରା, ଓ ଅଧ୍ୟାପିକା ଅଜିତା କୁମାରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରସ୍ମିତା ପ୍ରଧାନ, ରବି ଶଙ୍କର ସାହୁ, ମାଧୁରୀ ସାହୁ, ସ୍ବାଧୀନ କୁମାର ମିଶ୍ର ସହଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ନିଜର ରୋଜଗାର ପନ୍ଥା ବାବଦରେ ଅତିଥି ମାନଙ୍କୁ ପ୍ରଶ୍ନ ପଚାରି ବୁଝି ଥିଲେ । କାର୍ଯକ୍ରମ ରେ ତିନ ଜଣ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ବିଜ୍ଞାନ ସଂଚାରକ ତଥା ମୁଁ ବି ସମର୍ଥ କାର୍ଯକ୍ରମର ଉଦ୍ୟକ୍ତl ଲକ୍ଷ୍ମୀ ନାରାୟଣ ବକ୍ସି ଭିଡିଓ ଚିତ୍ର ମାଧ୍ୟମ ରେ ଅତି ଅଳ୍ପ ଖର୍ଚ୍ଚରେ କିଭଳି ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରିହେବ ଏବଂ ବଜାର ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହି ଥିବା ଜ୍ଞାନ କୌଶଳ ଗୁଡ଼ିକ ବୁଝାଇ ଥିଲେ l ବିଶିଷ୍ଟ ଶିକ୍ଷାବିତ୍ ପଞ୍ଚାନନ ଗୌଡ ଉପସ୍ଥିତ ରହି ସେ କିଭଳି ୮୪ ବର୍ଷ ବୟସ ରେ କୃଷି ଓ ଉଦ୍ୟାନ କୃଷି ସହ ଅନେକ ଜୈବିକ ପଦ୍ଧତି ରେ କୃଷି ସହିତ ଜଡିତ ଅଛନ୍ତି ସେ ବିଷୟରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ ।