Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୟୂରଭଞ୍ଜରେ ବଢିଚାଲିଛି ଚୋରୀ,ଛିନତାଇ ଓ ଡକାୟତି ମାମଲା

Rashmita Mishra
Browse all articles by Rashmita Mishra
·1 year ago·2 min read
ମୟୂରଭଞ୍ଜରେ ବଢିଚାଲିଛି ଚୋରୀ,ଛିନତାଇ ଓ ଡକାୟତି ମାମଲା

Key Points

ମୟୂରଭଞ୍ଜ ଜିଲ୍ଲାରେ ବେଫିକର ଚୋର, ଲୁଟେରା
ଜିଲ୍ଲାରେ ବଢିଚାଲିଛି ଚୋରୀ, ଛିନତାଇ ଓ ଡକାୟତି ମାମଲା
ଚର୍ଚ୍ଚାରେ ଥାନା ପରିସରରୁ କନଷ୍ଟେବଲଙ୍କ ବାଇକ୍ ଲୁଟ୍ ଘଟଣା
ବିଜେଡି ସରକାରରେ ମୟୂରଭଞ୍ଜରେ ସୀମାପାର କରିଥିଲା ଅପରାଧ
ସରକାର ବଦଳିବା ପରେ ବି ଅପରାଧ ହାରରେ ଲାଗିପାରୁନି ରୋକ୍

ମାର୍ଚ୍ଚ ୨ ତାରିଖରେ ବାରିପଦା ଟାଉନ ଥାନା ପରିସରରୁ କନଷ୍ଟେବଲ ମନୋରଞ୍ଜନ ବେହେରାଙ୍କ ବାଇକ୍ ଚୋରୀ ହୋଇଯାଇଥିଲା। ଘଟଣାକୁ ୧୪ ଦିନ ବିତିଲାଣି କିନ୍ତୁ ଚୋରକୁ ଧରିପାରୁନି ପୋଲିସ। ସେହିପରି ଗତ ଜାନୁଆରୀ ୧୧ ତାରିଖରେ ଦିନ ଦ୍ବିପ୍ରହରରେ ଟାଉନ ଥାନା ଆଗ ରାସ୍ତ ଦେଇ ଯାଉଥିବା ବେଳେ ଜଣେ ମହିଳାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଝାମ୍ପିନେଇ ବାଇକରେ ଫେରାର ହୋଇଗଲେ ଦୁର୍ବୃର୍ତ୍ତ । ପୋଲିସ ଆଜି ଯାଏଁ ଲୁଟେରାର ଟେର ପାଉନି। ତେଣୁ ଏବେ ସହରରେ ଚର୍ଚ୍ଚା ଯଦି ଥାନା ପରିସର ଏବଂ ଥାନା ଆଗ ରାସ୍ତା ସୁରକ୍ଷିତ ନୁହେଁ ଲୋକେ ଘରେ କେମିତି ନିଜକୁ ସୁରକ୍ଷିତ ମଣିବେ ? ବାରିପଦା ସହର ସମେତ ପୂରା ଜିଲ୍ଲାରେ ଚୋର ଲୁଟେରାଙ୍କ ପ୍ରାଦୁର୍ଭାବ ବଢିଚାଲିଥିବା ବେଳେ ଏହାକୁ ରୋକିବାର ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ।

ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ଏନର୍ଜୀ ଥାନାକୁ ମିଶାଇ ମୋଟ୍ ୩୨ ଟି ଥାନା ରହିଛି। ଗତ ୭ ବର୍ଷର ତଥ୍ୟକୁ ଯଦି ଦେଖାଯାଏ ଜିଲ୍ଲାର ୩୦ ଟି ଥାନାରେ ୪୪ ହଜାର ୮୬୮ଟି ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାଗୁଡ଼ିକର ୧୫ ହଜାର ୪୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଏବେବି ୨୧ ହଜାର ରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ୨୦ ରୁ ୨୫ ପ୍ରତିଶତ ପଡୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି । ରାଜ୍ୟରେ ସରକାର ବଦଳିବା ପରେ ବି ଏହି ଧାରାରେ ବିଶେଷ ପରିବର୍ତ୍ତନ ହୋଇପାରିନି। ୨୦୨୫ ଜାନୁଆରୀ ପହିଲା ରୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନାରେ ୧୫୦୦ ରୁ ଅଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ବାରିପଦା ଟାଉନ ଥାନାରେ ରୁଜୁ ହୋଇଛି ସର୍ବାଧିକ ୧୩୭ ଟି ମାମଲା । ଏହି ୧୩୭ ମାମଲା ମଧ୍ୟରେ ଚୋରୀ, ଡକାୟତି ଓ ଛିନତାଇ ମାମଲା ସର୍ବାଧିକ ରହିଛି।

ତେବେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲୀ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଜିଲ୍ଲାରେ ଖୁବଶୀଘ୍ର ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଆସିବ ବୋଲି ଦମ୍ଭୋକ୍ତ ଭରିଛନ୍ତି । ପୋଲିସ ଉପରୁ ଲୋକେ ସଂପୂର୍ଣ୍ଣ ଭରସା ହରାଇବା ପୂର୍ବରୁ ଅପରାଧ ହାରରେ ରୋକ୍ ଲଗାଇବାକୁ ହୋଇଛି ଦାବି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cases-of-theft-robbery-and-robbery-are-increasing-in-mayurbhanj | Argus News