Videos
|
Odisha

ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲାର ହେବ ତ୍ଵରିତ ଶୁଣାଣି 

Manini Pattanayak
Browse all articles by Manini Pattanayak
·1 year ago·1 min read
ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲାର ହେବ ତ୍ଵରିତ ଶୁଣାଣି 

ଭୁବନେଶ୍ୱର:  ଜନ୍ତୁ ମାରି ଖସି ଯାଉଥିଲେ ଶିକାରୀ।  ବର୍ଷ ବର୍ଷ ଧରି କୋର୍ଟ ରେ ପଡି ରହୁଥିଲା ବନ୍ୟପ୍ରାଣୀ ସମ୍ପର୍କିତ ମାମଲା। ୨୦୨୨ରେ ପୋଲିସ ଡିଜି ଦେଇଥିବା ସତ୍ୟପାଠ ଆଧାରରେ ୱାଇଲ୍ଡ ଲାଇଫ ମାମଲା ଗୁଡିକ ପାଇଁ ସ୍ପେଶାଲ କୋର୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ ।

ଏଥିପାଇଁ ଆବଶ୍ୟକ ବିଜ୍ଞପ୍ତି ଜାରି କରିବାକୁ ଆଇନ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ  ଦେଇଛନ୍ତି । ଚିଠି ଅନୁସାରେ ରାଜ୍ୟ ର 30 ଜିଲ୍ଲା ରେ ସ୍ୱତନ୍ତ୍ର ସି ଜେ ଏମ କୋର୍ଟ ସହ ରାଉରକେଲା ରେ ଅତିରିକ୍ତ ସି ଜେ ଏମ କୋର୍ଟ ଖୋଲିବ। ରାଜ୍ୟ ରେ ଗତ କିଛି ବର୍ଷ ରେ ହାତୀ, ହରିଣ, କଲରା ପତ୍ରିଆ ବାଘ ଓ ବଜ୍ରକାପ୍ତ ଶିକାରୀ ବୃଦ୍ଧି ପାଇଛି.. ହାତୀ ଦାନ୍ତ ସହ ବାଘ ଚମଡା ଓ ବଜ୍ରକାପ୍ତ କାତି ଚାଲାଣ ବି ବଢିଛି.. ସରକାରୀ ତଥ୍ୟ କହୁଛି ଗତ 10 ବର୍ଷ ରେ 2869 ଟି ବନ୍ୟପ୍ରାଣୀ ଶିକାରୀ ହୋଇଥିବା ବେଳେ ବନ୍ୟପ୍ରାଣୀ ହତ୍ୟା ଓ ତସ୍କରୀ ଅଭିଯୋଗ ରେ 6960 ଜଣଙ୍କୁ ଗିରଫ କରାଯାଇଛି..ହେଲେ ବନ ବିଭାଗ ର ଦଣ୍ଡ ବିଧାନ ହାର 5 ପ୍ରତିଶତ ରୁ ବି କମ ରହିଥିବା ବେଳେ ମାଳ ମାଳ ମାମଲା ବର୍ଷ ବର୍ଷ ଧରି କୋର୍ଟ ରେ ପଡି ରହିଛି। 

ରାଜ୍ୟରେ ପ୍ରତିବର୍ଷ ବନ୍ୟପ୍ରାଣୀ ଶିକାର, ବନ୍ୟପ୍ରାଣୀ ତସ୍କରୀ ଭଳି ୧ ହଜାର ମାମଲା ରୁଜୁ ହେଉଛି। ହେଲେ ତଥ୍ୟ ପ୍ରମାଣର ଅଭାବ, କୋହଳ ଦଫା ଲଗେଇବା ଯୋଗୁଁ ଅଭିଯୁକ୍ତମାନେ ଖଲାସ ହୋଇଯାଉଛନ୍ତି। ଏବେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ଫଳରେ ଶୀଘ୍ର ମାମଲା ର ବିଚାର ହୋଇପାରିବ ବୋଲି କୁହାଯାଉଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cases related to wildlife crime shall be heard in person | Argus News