ମହୁଆ ମୈତ୍ର ମାମଲା: ହରଡଘଣାରେ ବିଜେଡି ସାଂସଦ ପିନାକୀ ମିଶ୍ର

Key Points
- ମିଛରେ ସ୍ଵଚ୍ଛଶାସନର ନାରା ଦେଉଛି ବିଜେଡି
- ମହୁଆଙ୍କ ବିଜେଡି ନେତାଙ୍କ କ'ଣ ସଂପୃକ୍ତି?
- କେତେ ଟଙ୍କା ଦେଇଛନ୍ତି ପିନାକୀ ?
- କାହିଁକି ଚୁପ୍ ଅଛନ୍ତି ନବୀନ ବାବୁ ?
ଅର୍ଗସ ବ୍ୟୁରୋ: କ୍ୟାଶ୍-ଫର୍-କ୍ବେରି ମାମଲାକେ ଲୋକସଭାରୁ ବିଦା ହେଲେ TMC ସାଂସଦ ମହୁଆ ମୈତ୍ର । ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସାଂସଦ ପଦ ହରାଇଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ହେଲେ ମହୁଆଙ୍କ ସହ ଯେଉଁ ନିତିଜଣ ନେତାଙ୍କ ଭଲ ସମ୍ପର୍କ ରହିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଖାସ୍ କରି ଓଡ଼ିଶାର ବିଜେଡି ନେତା ତଥା ପୁରୀ ସାଂସଦଙ୍କୁ କାଠଗଡାକୁ ଟାଣିଛି ବିଜେପି ।
ବହୁଚର୍ଚ୍ଚିତ ମାମଲାର ତଦନ୍ତ କରି, ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଗତକାଲି ଲୋକସଭାରେ ୫ଶହ ପୃଷ୍ଠାର ରିପୋର୍ଟ ଉପସ୍ଥାପନ ହୋଇଥିଲା । ମହୁଆଙ୍କୁ ବହିଷ୍କାର ପାଇଁ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ମନିଟ୍ରେଲର ଇଣ୍ଟେନ୍ସ, ଲିଗାଲ୍ ଓ ଇନଷ୍ଟିଚ୍ୟୁସନାଲ ଇନକ୍ୱାରି ପାଇଁ ସୁପାରିଶ କରାଯାଥିଲା । ପରେ ବରିଷ୍କାର ପାଇଁ ନିଆଯାଇଥିଲା ନିଷ୍ପତ୍ତି । ସେପଟେ ବହିଷ୍କାର ଆଦେଶ ପରେ, ସଂସଦ ବାହାରେ ଉଭୟ ଏଥିକ୍ସ କମିଟି ଓ ବିଜେପି ଉପରେ ଗର୍ଜିଛନ୍ତି ମହୁଆ ।
ଅଭିଯୋଗ ଅନୁସାରେ, କିଛି ନିର୍ଦ୍ଦିଷ୍ଟ କମ୍ପାନୀଙ୍କ ସ୍ୱାର୍ଥରେ ପ୍ରଶ୍ନ ପଚାରିବାକୁ ବ୍ୟାପକ ଅର୍ଥ ନେଇଛନ୍ତି ମୋହୁଆ । ଉଦ୍ୟୋଗପତି ଦର୍ଶନ ହିରାନନ୍ଦାନି ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ଏ କଥା ସ୍ପଷ୍ଟ ହୋଇଛି । ସିବିଆଇ କୋର୍ଟ ଓ ଲୋକସଭା ଏଥିକ୍ସ କମିଟିରେ ଦାଖଲ ଏହି ସତ୍ୟପାଠରେ ମଧ୍ୟ ଖୋଲିଥିଲା ମହୁଆ ମୈତ୍ରାଙ୍କ ସହ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଲିଙ୍କର ଗୁମର । ହାୱଲା ଟ୍ରାଞ୍ଜାକ୍ସନ୍ ପଛରେ ପିନାକୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଅଛି । ହେଲେ ଆଜି ଯାଅଁ ପିନାକୀଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ନେଇ ବିଜୁ ଜନତା ଦଳ ଚୁପ୍ ରହିଛି । ତେବେ ମହୁଆଙ୍କର ସଦସ୍ୟତା ପଦ ଯିବା ପରେ ପିନାକୀଙ୍କୁ କେମିତି ସୁରକ୍ଷା ଦେଉଛି ବିଜେଡି ତାହା ସମୟ କହିବ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୨୦୦୫ରେ ମଧ୍ୟ କ୍ୟାସ ଫର କ୍ବେରୀ ପ୍ରସଙ୍ଗ ନେଇ ଦେଶର ରାଜନୀତିରେ ହୋଇଥିଲା ବଡ଼ ଧରଣର ହଟଚମଟ । ସେତବେଳେ ଦୋଷୀ ପ୍ରମାଣିତ ହୋଇଥିବା ୧୧ ଜଣ ସାସଂଦଙ୍କର ସଦସ୍ୟତା ରଦ୍ଦ ହୋଇଥିଲା ।
📱 Get Argus News App
✨
