Videos
|
Odisha

ବିବାହ ମଣ୍ଡପରୁ ଚୋରି କଲାବେଳେ ଧରା ପଡ଼ିଲା ଛଦ୍ମବେଶୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବିବାହ ମଣ୍ଡପରୁ ଚୋରି କଲାବେଳେ ଧରା ପଡ଼ିଲା ଛଦ୍ମବେଶୀ

ପୁରୀ : ବିବାହ ମଣ୍ଡପରୁ ଚୋରି କଲାବେଳେ ଧରା ପଡ଼ିଲା ଛଦ୍ମବେଶୀ। ଆଗରୁ ଭୁବନେଶ୍ୱରର ମୈତ୍ରୀ ବିହାରର ଏକ ବିବାହ ମଣ୍ଡପରୁ ମଧ୍ୟ ଚୋରୀ କରିଥିଲା ।ବରଯାତ୍ରୀ ପରି ଆସି ଭିଡର ସୁଯୋଗ ନେଇ ଉଠାଉଥିଲା ସୁଟକେସ ।କାବୁ କଲେ ହୋଟେଲର ସୁରକ୍ଷାକର୍ମୀ । ସିସିଟିଭି ଆଧାରରେ ଉଭୟ ଘଟଣାର ସନ୍ଦିଗ୍ଧ ଏକ ବୋଲି ଜଣା ପଡିଛି ।ଜଣଙ୍କୁ ପୁରୀ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ଚମ୍ପଟ ମାରିଛି ।ତେବେ ଭୁବନେଶ୍ୱର ମୈତ୍ରୀ ବିହାର ଥାନା ପୋଲିସ ତାକୁ ନେଇ ଏ ବାବଦରେ ଅଧିକ ଜେରା କରିବ ବୋଲି କହିଛନ୍ତି ଅତିରିକ୍ତ ଏସପି ସୁଶିଲ ମିଶ୍ର ।

ତେବେ ପୁରୀର ଏମ୍ପାୟାରସ୍ ହୋଟେଲରେ ଚାଲିଥିଲା ବିବାହ ଉତ୍ସବ।ବରଯାତ୍ରୀ ପରି ଆସି ହୋଟେଲ ପରିସରରେ ପ୍ରବେଶ କରିବା ସହ ହୋଟେଲ ପରିସର ଭିତରେ ଥିବା ବିବାହ ମଞ୍ଚରୁ ଜିନିଷପତ୍ର ଅର୍ଥାତ୍ ହୋଟେଲର ଏକ ସୁଟ୍ କେସ୍ ଉଠାଇ ନେଇଥିଲା ।ସନ୍ଦେହ ହେବାରୁ କର୍ତ୍ତବ୍ୟରତ ସୁରକ୍ଷା କର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଧରି ମ୍ୟାନେଜରଙ୍କୁ ଜଣାଇଥିଲେ। ଯାଞ୍ଚ ପରେ ଜଣାପଡ଼ିଲା ଯେ ସୁଟ୍‌କେସ୍‌ଟି ତାଙ୍କ ହୋଟେଲ୍‌ର। ତା'ପରେ ସୂଚନାଦାତା ରଥିନ କୁମାର ଦେ ବଳିଆପଣ୍ଡା ଥାନାକୁ ଏହି ବିଷୟ ଜଣାଇଥିଲେ ଏବଂ ସେହି ଅନୁସାରେ ବଳିଆପଣ୍ଡା ଥାନା କର୍ମଚାରୀମାନେ ଏମ୍ପାୟାର ହୋଟେଲରେ ପହଞ୍ଚିଥିଲେ। ଅଭିଯୁକ୍ତ ରିତେଶ ସେସୋଡିଆ ମଧ୍ୟପ୍ରଦେଶ ର ଅଟେ ।ଅଭିଯୁକ୍ତ ଠାରୁ ସୁଟ କେସ ଜବତ କରାଯାଇଛି।୨ ଫେବୃଆରୀ ରାତି ୧୦ ଟା ସମୟରେ ଘଟିଥିଲା ଘଟଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
caught the thief while stealing from wedding hall | Argus News