Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - CBI ପଞ୍ଝାରେ ସରକାରୀ କର୍ମଚାରୀଙ୍କ ସହ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ଓ ଆର୍କିଟେକ୍

Odisha

CBI ପଞ୍ଝାରେ ସରକାରୀ କର୍ମଚାରୀଙ୍କ ସହ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ଓ ଆର୍କିଟେକ୍

Rashmita Mishra
Browse all articles by Rashmita Mishra
·1 year ago·2 min read
CBI ପଞ୍ଝାରେ ସରକାରୀ କର୍ମଚାରୀଙ୍କ ସହ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ଓ ଆର୍କିଟେକ୍

Key Points

  • ମହଙ୍ଗା ପଡ଼ିଲା ଟେଣ୍ଡର ପାଇଁ ଲାଞ୍ଚ କାରବାର 
  • CBI ପଞ୍ଝାରେ ସରକାରୀ କର୍ମଚାରୀଙ୍କ ସହ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ଓ ଆର୍କିଟେକ୍
  • ଭୁବନେଶ୍ବରରେ ଦାମୀ କାର୍ ଭିତରେ ଡିଲ୍ ବେଳେ ମାଡ଼ି ବସିଲେ ଦିଲ୍ଲୀର CBI ଟିମ୍
  • 150 କୋଟିର ଟେଣ୍ଡର ହାତେଇବାକୁ ଦେଉଥିଲେ 10 ଲକ୍ଷ ଟଙ୍କାର ଲାଞ୍ଚ

ଅର୍ଗସ ବ୍ୟୁରୋ: ଶନିବାର ରାତି ପ୍ରାୟ ସାଢ଼େ 9ଟା। ଭୁବନେଶ୍ବର ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲ୍ ନିକଟରେ ରାସ୍ତା ଉପରେ ହଠାତ୍ ବଢ଼ିଗଲା ହଲଚଲ। କଳା ରଙ୍ଗର ଏଇ ମର୍ସିଡିସ୍ କାରକୁ ଘେରି ଯାଇଥିଲେ କିଛି ସାଦା ପୋଷାକଧାରୀ ବ୍ୟକ୍ତି। କାର୍ ତଲାସି କରିବା ସହ ଭିତରେ ଥିବା ଲୋକଙ୍କୁ କଲେ ପଚରାଉଚୁରା। ଚାହୁଁ ଚାହୁଁ ନିଆଁ ଭଳି ବ୍ୟାପିଗଲା ଖବର। ଘଟଣାସ୍ଥଳରେ ପହଞ୍ଚିଲେ ସବୁ ଗଣମାଧ୍ୟମ। ଜଣାପଡ଼ିଲା ଇଏ ସିବିଆଇ ରେଡ୍। ସରକାରୀ କାମର ଟେଣ୍ଡର ପାଇବାକୁ ମୋଟା ଅଙ୍କର ଲାଞ୍ଚ ଦେବାକୁ କାର୍ ଭିତରେ ଚାଲିଥିଲା ଡିଲ୍। ଯାହା ବାବଦରେ ଖବର ପାଇ ଚଢ଼ାଉ କରିଥିଲା ଦିଲ୍ଲୀର ସିବିଆଇ ଟିମ୍।  

ଚଢ଼ାଉରେ ମିଳିଲା ପ୍ରାୟ 10 ଲକ୍ଷ ଟଙ୍କା। ଗିରଫ ହୋଇଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ କୋ ଇଣ୍ଡିଆ ଲିମିଟେଡର  GGM ଚଞ୍ଚଲ କୁମାର ମୁଖାର୍ଜୀ, ଆର୍କିଟେକ ସନ୍ତୋଷ ମହାରଣା ଏବଂ ବିଲଡର ଦେବଦତ୍ତ ମହାପାତ୍ର । ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ୍ ନାମକ କନଷ୍ଟ୍ରକସନ ସଂସ୍ଥାର ମାଲିକ ଦେବଦତ୍ତ ମହାପାତ୍ରଙ୍କୁ ମାଧ୍ୟମ କରି 150 କୋଟି ଟଙ୍କାର ଏକ ବଡ଼ ସରକାରୀ ପ୍ରକଳ୍ପର ଟେଣ୍ଡର ହାତେଇବାକୁ ବ୍ରିଜ୍ ଆଣ୍ଡ ରୁଫ୍ କୋ ଇଣ୍ଡିଆ ଲିମିଟେଡର  GGM ଚଞ୍ଚଲ କୁମାର ମୁଖାର୍ଜୀଙ୍କୁ  ଲାଞ୍ଚ ଦେଉଥିଲେ ଆର୍କିଟେକ୍ ସନ୍ତୋଷ ମହାରଣା। ଏ ବାବଦରେ 5 ଦିନ ପୂର୍ବରୁ ସୁରାକ୍ ପାଇଥିଲା ସିବିଆଇ। ଏଥିପାଇଁ ପଶ୍ଚିମବଙ୍ଗ ଓ ଓଡ଼ିଶାର 8ଟି ମାରାଥନ ରେଡ୍ ବି କରିଥିଲା ଦିଲ୍ଲୀର ସିବିଆଇ ଟିମ୍। ଆଉ ଶନିବାର ସଂଧ୍ୟାରେ ଏମାନେ ପଡ଼ିଲେ ପଞ୍ଝାରେ। ଏବେ ଗିରଫ 3 ଜଣଙ୍କୁ ରିମାଣ୍ଡରେ ନେଇ ପୁରା ନେଟୱର୍କର ପର୍ଦ୍ଦାଫାସ୍ କରିବାକୁ ଚେଷ୍ଟା କରିବ ସିବିଆଇ। 

 ଶନିବାର ରାତିରେ ଏମାନଙ୍କୁ ଧରିବା ପରେ ଭୁବନେଶ୍ବର ସମତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କଲା ସିବିଆଇ ଟିମ୍। ଏଥିରେ ଥିଲା ବ୍ରିଜ୍ ଆଣ୍ଡ ରୁଫ୍ କୋ ଇଣ୍ଡିଆ ଲିମିଟେଡ୍ ଭୁବନେଶ୍ୱର ଶାଖା ସହ 5ଟି ଠିକଣା। ଲାଞ୍ଚ କାରବାରରେ ଲିପ୍ତ ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ୍ ନାମକ କନଷ୍ଟ୍ରକସନ ସଂସ୍ଥାର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସ ଉପରେ ବି ରେଡ୍ ହେଲା। ଦେବଦତ୍ତଙ୍କ ନଖରା ସ୍ଥିତ ଘରେ ରେଡ୍ ବେଳେ ମିଳିଛି କିଛି ଟଙ୍କା ଓ ସୁନା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ ଲିମିଟେଡରେ ପୂର୍ବରୁ ଲାଞ୍ଚ କାରବାରର ହୋଇଥିଲା ପର୍ଦ୍ଦାଫାସ୍। 2023ରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର କାମ ପାଇଁ 20 ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ ଗୋଟିଏ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ସହ 7 ଜଣ ଲୋକ। 

Sponsored
CBI arrests construction company owner and architect along with government employees in Panjha | Argus News