Videos
|
Odisha

ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI

Rashmita Mishra
Browse all articles by Rashmita Mishra
·1 year ago·1 min read
ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI

Key Points

ED ହାତରେ CBI ହ୍ୟାଣ୍ଡକପ୍‌
ଓଡ଼ଶା ଶାଖା EDର ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା CBI
ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ ଲାଞ୍ଚ ନେଉଥିବା ବେଳେ ବାନ୍ଧିଲା CBI

ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI। ଢେଙ୍କାନାଳର ଖଣି ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ। CBI ହାତରେ ଲାଗିଛି ରଙ୍ଗ ବୋଳା ଟଙ୍କାର ପ୍ରମାଣ। ଆଜି କରାଯାଇପାରେ କୋର୍ଟ ଚାଲାଣI।୨୦୧୩ ବ୍ୟାଚର IRS ଅଫିସର ହେଉଛନ୍ତି ଚିନ୍ତନ୍ ରଘୁବଂଶୀ।


ଲାଞ୍ଚ ନେବା ଅଭିଯୋଗ ରେ ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଓ ମିଡ଼ିଲମ୍ୟାନ । ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI। ଢେଙ୍କାନାଳର ଖଣି ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ। ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କଠାରୁ ଲାଞ୍ଚ ନେଉଥିଲେ ରଘୁବଂଶୀ। ଜୁଲୁଙ୍କ କମ୍ପାନୀରେ ED ଜାନୁୟାରୀ ୮ରେ ରେଡ୍ କରିଥିଲା। ୧୪ ଟି ସ୍ଥାନରେ ରେଡ୍ କରିଥିଲା ED। ମାମଲାକୁ ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍। ଚିନ୍ତନ ରଘୁବଂଶୀଙ୍କୁ ୨୦ ଲକ୍ଷ ନଗଦ ଟଙ୍କା ସହ ଧରିଛି CBI।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cbi-arrests-ed-deputy-director-chintan-raghuvanshi | Argus News