Videos
|
Odisha

ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍

ଭୁବେନଶ୍ବର ଏମ୍ସ ହସ୍ପରିଟାଲରେ ସିବିଆଇ ରେଡ୍। ଏକାଡେମିକ ବ୍ଲକରେ ସିବିଆଇ ରେଡ୍ କରୁଛି। ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗରେ ରେଡ୍ ହୋଇଛି। 


ସିବିଆଇର ୯ ଜଣିଆ ଟିମ୍ ରେଡ୍‌ରେ ସାମିଲ ହୋଇଛନ୍ତି। ରେଡ୍ ବେଳେ ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଛି ସିବିଆଇ ଟିମ୍‌।ଜାଲ୍ କାଗତପତ୍ରରେ ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଛି। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ବହୁ ପଦପଦବୀରେ ହୋଇଥିବା ହୋଇଥିବା ନିଯୁକ୍ତିରେ ଅନିୟମିତତା ହୋଇଥିବା ଗନ୍ଧ ବାରିଛି ସିବିଆଇ। ନିଯୁକ୍ତି ପ୍ରକ୍ରିୟାର ସମସ୍ତ ଦସ୍ତାବିଜ୍ ଓ ପ୍ରକ୍ରିୟା ଯାଞ୍ଚ କରିବା ସହ ଅଧିକ ପ୍ରମାଣ ଯୋଗାଡ କରିବାକୁ ପଚରା ଉଚରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।


ପ୍ରାଥମିକ ଭାବେ କେତେ ଜଣଙ୍କୁ ଏମିତି ନିଯୁକ୍ତି ଦିଆଯାଇଛି ? କେତେ କୋଟିର ସ୍କାମ ହୋଇଛି ? କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ସିବିଆଇ ପକ୍ଷରୁ। ସୂଚନାଯୋଗ୍ୟ : ୨୦୨୩ ମାର୍ଚ୍ଚରେ ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ରେଡ୍‌ କରିଥିଲା। କିଛି ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରାଯାଇଥିଲା।

CBI raids Bhubaneswar AIIMS Hospital | Argus News