Videos
|
Odisha

IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ

ଭୁବନେଶ୍ୱର:  IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ । CBI ର ୮ ଜଣିଆ ଟିମ ରେଡ କରୁଥୁବା ସୂଚନା ରହିଛି । ସରକାରୀ କ୍ଵାଟରରେ ପହଂଚି CBI ର ଟିମ ଛାନବିନ କରୁଛନ୍ତି । ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ । ସରକାରୀ କ୍ଵାଟରରେ ପହଞ୍ଚି ତନାଘନା ଜାରି ରଖିଛି CBI ଟିମ।


ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ 3 ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ । ଆଜି ସକାଳୁ ପୁଣିଥରେ CBI ର ୮ ଜଣିଆ ଟିମ IAS ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ କରିଛି। ପ୍ରଶ୍ନ ଉଠୁଛି କାହିଁକି ତଦନ୍ତରେ ସିବିଆଇକୁ ସହଯୋଗ କରୁନାହାନ୍ତି ବିଷ୍ଣୁପଦ ସେଠୀ। ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଦନ୍ତକାରୀ ଏଜେନ୍ସିର ଅଧିକାରୀଙ୍କ ସହ ଏମିତି ଯୁକ୍ତିତର୍କ କରିବା ସୃଷ୍ଟି କରିଛି ବଡ଼ ପ୍ରଶ୍ନ। କାହିଁକି ଆଇନକୁ ହାତକୁ ନେଲେ ବିଷ୍ଣୁପଦ ସେଠୀ ? ବିଷ୍ଣୁପଦଙ୍କ ନାଁରେ ଦୁର୍ନୀତିର ଅଭିଯୋଗ ଆସିଥିବାବେଳେ ସିବିଆଇକୁ ତଦନ୍ତରେ ବିରୋଧ କରିବା ତାଙ୍କ
ପଦର ଅହଙ୍କାର କି ବୋଲି ଉଠିଛି ପ୍ରଶ୍ନ ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: